ଆଉ ଏକ ଲଘୁଚାପ : ଜିଲ୍ଲପାଳମାନଙ୍କୁ ସତର୍କ କରାଇଲା ଏସଆରସି

ଭୁବେଶ୍ୱର, (କେପିଏନ୍‌ଏସ୍‌) : ଆସୁଛି ଆଉ ଏକ ଲଘୁଚାପ । ୫ ଦିନ ଧରି ଲଗାଣ ବର୍ଷା ଲାଗି ରହିବ । ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ୟ୍ୟନ୍ତ ସବୁ ଜାଗରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ଜାଗାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ମାଟିଘର ଭାଙ୍ଗିବା, ଜଳବନ୍ଦୀ ସମସ୍ୟା ଏବଂ ରାସ୍ତାଗୁଡିକରେ ଯିବା ଆସିବାର ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାଚୁ ପରାମର୍ଶ ଦିଆଯାଇଛି । ଯେଉଁ ଜିଲ୍ଲା ପାଇଁ ଅରେଂଜ ଏବଂ ୟଲ୍ଲୋ ୱାର୍ଣିଂ ଜାରି କରାଯାଇଛି, ସେ ଜିଲ୍ଲାର ଜିଲ୍ଲାପାଳ ଏହା ପ୍ରତି ଦୃଷ୍ଟି ଦେବେ ବୋଲି କୁହାଯାଇଛି । ୨୪ ଘଣ୍ଟା ଧରି କଣ୍ଟ୍ରୋଲ ରୁମକୁ ଚାଲୁ ରଖାଯିବ । ସବୁ ପ୍ରକାର ବର୍ଷା ସ୍ଥିତିକୁ ନେଇ ଏସଆରସିଙ୍କ କାର୍ୟ୍ୟାଳୟକୁ ସମ୍ପର୍କ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଆନ୍ଧ୍ର ଉପକୂଳ ତଥା ପଶ୍ଚିମ ବୋଙ୍ଗପସାଗରରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ କେନ୍ଦ୍ରୀୟ ବୋଙ୍ଗୋପସାଗର ଦେଇ ଓଡ଼ିଶାର ଉପକୂଳ ମୁହାଁ ହେବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକୁ ଆରେଂଜ ୱର୍ଣିଂ ଜାରି କରାଯାଇଛି । କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପର ଓ ଭଦ୍ରକ ସମେତ କେତେକ ଜିଲ୍ଲାକୁ ୟଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାଗୁଡ଼ିକରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.