
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ସୁଲେଖିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ବର୍ଷାଦିନକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦୀନ ଦୁଃଖୀ ତଥା ଅସହାୟମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ଛତା ବଣ୍ଟନ କରାଯାଇଛି । ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସିତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, କବିତା ସାହୁ, ଦୁର୍ଯ୍ୟୋଧନ ନାୟକ, ବାସ୍ନାରାଣୀ ନାୟକ, ସାଧୁରାମ ସାହୁ, ମନୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।