jsm

ବଲାଙ୍ଗିର ପହଞ୍ଚିଲା ଡା. ସୁଧୀର ପରିଚ୍ଛାଙ୍କ ପାର୍ଥିବ ଶରୀର : କଂଗ୍ରେସର ଶ୍ରଦ୍ଧାଞ୍ଜଳି, ବିଜେଡିର ଶୋକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ କୃଷକ ନେତା ଡା, ସୁଧୀର ପରିଚ୍ଛାଙ୍କ ପାର୍ଥିବ ଶରୀର ବୁଧବାର ଦିନ ବଲାଙ୍ଗିର ପହଞ୍ଚିଛି । ଲାଲଟିକ୍ରା ସ୍ଥିତ ବାସ ଭବନରେ ତାଙ୍କ ଶରୀର ପହଞ୍ଚିବା ପରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ପରିଚ୍ଛାଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଡା. ପରିଚ୍ଛା କଂଗ୍ରେସର ବିଶିଷ୍ଟ ନେତା ଭାବେ ଦୀର୍ଘ ଦିନ ହେବ ଜନସେବା କରି ଆସୁଥିବା ବେଳେ ଏଆଇସିସି ସଭ୍ୟ ତଥା କଂଗ୍ରେସର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ତାଙ୍କ ଦର୍ଶନ କରିବା ସହିତ ପାର୍ଥିବ ଶରୀରକୁ କଂଗ୍ରେସ ପତାକା ଦ୍ୱାରା ସମ୍ମାନୀତ କରିଥିଲେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଆଜି ଜିଲ୍ଲା କଂଗ୍ରେସ ଅଫିସରେ ସ୍ୱର୍ଗତ ପରିଚ୍ଛାଙ୍କୁ ବିଧିବଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଉପସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ଯୁବ ସଭାପତି ବୁଲୁ ଦାନୀ, ସାନନ୍ଦ ମିଶ୍ର, ବିଧୁ ଭୂଷଣ ତ୍ରିପାଠୀ, ଅଜୟ ବାଲୀ, କୈଳାଶ ମିଶ୍ର, ସଞ୍ଜୟ ମିଶ୍ର, ଛାତ୍ର ନେତା ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପରିଚ୍ଛାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ସେହିପରି ଡା. ପରିଚ୍ଛାଙ୍କ ଅକାଳ ବିୟୋଗରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି । ବିଜେଡି ଉପସଭାପତି ତଥା ପୂର୍ବତନ ବଲାଙ୍ଗିର ବିଧାୟକ ଅନଙ୍ଗ ଉଦୟ ସିଂଦେଓ ଡା. ପରିଚ୍ଛାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଡା. ପରିଚ୍ଛା କଂଗ୍ରେସରେ ଯୋଗଦାନ ପୂର୍ବରୁ ବିଜେଡି ସଦସ୍ୟ ଥିଲେ ସେହି ସମୟରୁ ତାଙ୍କ ସହିତ ମୋର ଗଭୀର ବ୍ୟକ୍ତିଗତ ସଂପର୍କ ରହି ଆସିଛି । ଏହି ଅକାଳ ବିୟୋଗ ମତେ ଖୁବ ମର୍ମାହତ କରିଛି । ତାଙ୍କର ବିୟୋଗ ଅଂଚଲର ଚାଷୀ ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ସେହିପରି ଡା. ପରିଚ୍ଛାଙ୍କ ବିୟୋଗରେ ମୁଁ ଦୁଃଖିତ । ଭଗବାନ ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧର୍ୟ୍ୟ ପ୍ରଦାନ କରନ୍ତୁ ବୋଲି ବଜେଡିର ବରିଷ୍ଠ ସଂପାଦକ ତଥା ପୂର୍ବତନ ବାଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.