jsm

ଡ. ଆମ୍ବେଦକରଙ୍କ ବିଚାର ଏକ ରାଷ୍ଟ୍ରୀୟ ଚିନ୍ତନ ଶୀର୍ଷକ ଆଲୋଚନା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆମ୍ବେଦକର ବିଚାର ମଂଚ ତରଫରୁ ହୋଇଥିବା ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀରେ ଅର୍ଜୁନ ମୁଗ୍ରୀଙ୍କ ସଭାପତିତ୍ୱରେ ଏକ ଆଲୋଚନା “ଡ. ଆମ୍ବେଦକରଙ୍କ ବିଚାର ଏକ ରାଷ୍ଟ୍ରୀୟ ଚିନ୍ତନ”ରେ ମୁଖ୍ୟ ଅତିଥି ଅଚ୍ୟୁତ ବିଶ୍ୱାଳ (ପୂର୍ବତନ ବିଧାୟକ) ଏବଂ ଅନ୍ୟ ଅତିଥି ବୃନ୍ଦ ଭୁବନ ସୁନା (ବରିଷ୍ଠ ଓକିଲ), ଦିଲିପ କୁମାର ଦୀପ (ବିଶିଷ୍ଟ କଳାକାର) ଯୋଗଦେଇ ମତ ରଖି କହିଥିଲେ ଯେ ଆମ୍ବେଦକରଙ୍କ ବିଚାର, ନୈତିକତା ଏବଂ ମାନବତାବାଦ ଆଡକୁ ରାସ୍ତା ଦେଖାଇ ଥାଏ ଏବଂ ସମ୍ବିଧାନକୁ ଯଦି ଶତ ପ୍ରତିଶତ କାର୍ଯ୍ୟକାରୀ କରାଯାଏ ତେବେ ଭାରତ ବିଶ୍ୱରେ ଏକ ଆଦର୍ଶ ରାଷ୍ଟ୍ର ହୋଇ ପାରିବ ଏବଂ ଏହା ରାଷ୍ଟ୍ରୀୟ ଚିନ୍ତନ ହେବା ଅପରିହାର୍ଯ୍ୟ । ଏହି ଅବସରରେ ସମାଜିକ ନେତା ସତ୍ୟାନନ୍ଦ ସୁନାଙ୍କ ଏକ ଜୀବନୀ ପୁସ୍ତିକା “ଏକ ଆନ୍ଦୋଳନ ସତ୍ୟାନନ୍ଦ ସୁନା” ଉନ୍ମୋଚିତ ହେଲା, ଏହାର ଲେଖକ ତରଣୀସେନ ଦୀପ । ଉନ୍ମୋଚିତ କାର୍ଯ୍ୟକ୍ରମରେ ଅତିଥିଙ୍କ ସହିତ ହେମନ୍ତ ବିଭାର, ବିହାରୀ ଦୀପ, ବ୍ରଜ ନାଗ ପ୍ରମୁଖ ଯୋଗ ଦେଇଥିଲେ । ଜ୍ୟୋତିଷ କୁମାର ମୁଗ୍ରୀଙ୍କ ସ୍ୱାଗତ ଭାଷଣ ପରେ ସୁଶ୍ରିତା ଗରୁଡ, ସନ୍ଧ୍ୟାରାଣୀ ମଲ୍ଲିକ ଏବଂ ବିପିନ ବାରିକ ସଂଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ତରଣୀ ସେନ ଦୀପ ସଂଯୋଜନା କରିଥିଲେ ଏବଂ ବ୍ରଜ ବିହାରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.