csstore

ବାଲିଗୁଡା ଉପଖଣ୍ଡରେ ବଡଦିନ ପାଇଁ ଦୁଇଦିନ ସରକାରୀ ମଦ ଦୋକାନ ବନ୍ଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବିମାନଙ୍କର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖପାଖ ଅଞ୍ଚଳରେ ବଡଦିନ ଉତ୍ସବ ଓ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେ ନେଇ ଓଡ଼ିଶା ଉତ୍ପାଦ ଶୁଳ୍କ ଆଇନ, ୨୦୦୮ ର ଧାରା ୨୬ (୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାରଖାମା, ତୁମୁଡିବନ୍ଧ, ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ଗୁଡ଼ିକ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ୨୪ ଓ ୨୫ ତାରିଖ ଦୁଇଦିନ ବନ୍ଦ ରହିବା ପାଇଁ ଜିଲ୍ଲା ସ୍ତରୀୟ ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ନିର୍ଦ୍ଦେଶ କରିଛନ୍ତି ।

jayashree
Leave A Reply

Your email address will not be published.