pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

bbehera

ସୋର : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱାକୁ ପଛରୁ ପିଟିଲା ଟ୍ରକ୍ ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଥାଉକି, କୁକୁଡ଼ା ନେବା ପାଇଁ କୋଲକତାରୁ ଖୋର୍ଦ୍ଧା ଆସୁଥିଲା ଟ୍ରକ୍ । ତେବେ ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢ଼ାବା ନିକଟରେ ଏକ ହାଇଓ୍ୱାକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପଶ୍ଚିମବଙ୍ଗର ଦୁଇ ଯୁବକ ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାର ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଯୁବକ ସେଫ ସର୍ଦ୍ଦାର ଓ ଆଲମ୍ ଗିରିକୁ ଉଦ୍ଧାର କରାଯାଇଥିଲା ।

ଦୁର୍ଘଟଣା ପରେ ଗାଡିରେ ଫସିଥିବା ଦୁଇ ଯୁବକଙ୍କୁ ସୋର ଦମକଳ ବାହିନୀ ଗ୍ୟାସ କଟରରେ କାଟି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁକୁଡ଼ା ଗାଡି ନେଇ ପଶ୍ଚିମବଙ୍ଗ ଫେରିଲା ବେଳେ ଭୋର ୫ଟାରେ ଏହି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.

10 − nine =