ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୨ ମୃତ

କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ବାଇକ୍ ପିଟି ହେବା ଫଳରେ ଦାଦା ଓ ପୁତୁରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବନ୍ଦାଣିଆ ଗ୍ରାମ ନିକଟରେ । ମୃତକ ଦ୍ୱୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ ।

ସୂଚନା ଅନୁସାରେ ଉଭୟ ସକାଳେ ବଜାଜ ପଲସର ଗାଡ଼ିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ବାଇକ୍ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଉଭୟଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ କଙ୍କଡାହାଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ବାଇକ୍‌କୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

2 × three =

error: Content is protected !!