ବାଇକ୍‌କୁ ଧକ୍କା ଦେଲା ଗଞ୍ଜେଇ ବୋଝେଇ କାର୍ : ବାପ-ଝିଅ ଗୁରୁତର

ନୂଆଗାଁ : ନୂଆଗାଁ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ କାଚ ପଲ୍ଲୀଠାରେ ବାଇକ୍‌କୁ ଧକ୍କା ଦେଲା ଗଞ୍ଜେଇ ଚାଲଣକାରୀଙ୍କ ଗାଡ଼ି । ଦୁର୍ଘଟଣାରେ ଉଭୟ ବାପ-ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ-ଝିଅଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଶୁକ୍ରବାର ଗଞ୍ଜେଇ ବୋଝେଇ କାର୍‌ ନଂ (ଓଆର୦୨ବିଏ ୧୯୯୪) ଫୁଲବାଣୀରୁ ଭୁବନେଶ୍ୱରକୁ ଗଞ୍ଜେଇ ନେଇ ଯାଉଥିଲା । ସେହି ସମୟରେ କାଚ ପଲ୍ଲୀ ଛକ ନିକଟରେ ମହିତମା ଗ୍ରାମର ରାଘବ ନାଏକ ଏବଂ ତାଙ୍କ ଝିଅ ଉଷାରାଣୀ ନାଏକ ବାଇକ୍‌ରେ ଯାଉଥିବା ବେଳେ ପଛରୁ ଧକ୍କା ଦେଇଥିଲା ଗଞ୍ଜେଇ ଚାଲଣକାରୀଙ୍କ କାର୍‌ । ଦୁର୍ଘଟଣାରେ ଉଭୟ ବାପ-ଝିଅ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ-ଝିଅଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ନୂଆଗାଁ ଥାନାକୁ ଆଣିଥିବା ଜଣାପଡିଛି ।

Leave A Reply

Your email address will not be published.

five + 20 =

error: Content is protected !!