csstore

ପରିବେଶ ପ୍ରେମୀଙ୍କ ନିଆରା ଦୀପାବଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଲୋକର ପର୍ବ ଦୀପାବଳି । ଏହି ପବିତ୍ର ପର୍ବକୁ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ବହୁ ମାତ୍ରାରେ ଅନେକ ପ୍ରକାରର ମିଠା ସହ ଦାମୀ ଉପହାର ପ୍ରଦାନ କରାଯିବାର ପରମ୍ପରା ଦେଖିବାକୁ ମିଳିଥାଏ । ଏହା ସହ ଏହି ଦିନ ସନ୍ଧ୍ୟାରେ ବହୁତ ମାତ୍ରାରେ ବାଣ ଫୁଟାଇବା ଯୋଗୁଁ ପରିବେଶ ପ୍ରଦୂଷିତ ହୋଇଥାଏ । ଏପରି ଏକ ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ନୂଆଁପାଲି ଗ୍ରାମର ଜଣାଶୁଣା ପରିବେଶବିତ ମୀନକେତନ ସାହୁ ଏବଂ ପ୍ରକୃତିବନ୍ଧୁ କେଦାରନାଥ ସାହୁ ଏକ ନିଆରା ଭାବରେ ଦୀପାବଳି ପାଳନ କରି ସମାଜକୁ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି । ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦୀପାବଳି ଉପହାର ଭାବରେ ଦୁର୍ଲଭ ଅଶୋକ ଚାରାକୁ ପ୍ରଦାନ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଥମେ ପଦ୍ମପୁର ଯୁବରାଜ ପ୍ରତାପ ସିଂ ବରିହା, ସମାଜସେବୀ ଓମପ୍ରକାଶ ଅଗ୍ରୱାଲ, ଡା. ମାନଭଞ୍ଜନ ପଣ୍ଡା, ଡା. ରଜତ ସାହୁ, ପ୍ରଫେସର ଚିତ୍ତରଞ୍ଜନ ଦାଶ, ଅବସର ପ୍ରାପ୍ତ ବିଚାରପତି ହରିହର ଶତପଥି, ସାମାଜିକ କର୍ମୀ ନିରୋଜ ଦୋରା, ଅବସରପ୍ରାପ୍ତ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଡା. ସୁଦୀପ୍ତ ଦାଶ, ସାମାଜିକ କର୍ମୀ ରାଧେଶ୍ୟାମ ପାତ୍ର, ନାଟ୍ୟକାର ରାଜକୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତାରାଚାନ୍ଦ ସାହୁ, ଭାସ୍କର ଦାଶ, ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ସୁବୋଧ କୁମାର ତ୍ରିପାଠୀ, ଶିକ୍ଷକ ସତ୍ୟମୟ ତ୍ରିପାଠୀ, ଅବସର ପ୍ରାପ୍ତ ଶିକ୍ଷକ ଚୁଡ଼ାମଣି ସାହୁ, ଭଗବାନ ମଲ୍ଲିକ, ରବିନ୍ଦ୍ର ବରିହା ପ୍ରମୁଖଙ୍କ ବାସଭବନକୁ ଯାଇ ଅଶୋକ ଚାରା ଉପହାର ଦେଇ ଦୀପାବଳିର ଶୁଭକାମନା ଜଣାଇବା ସହ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ପ୍ରକୃତିବନ୍ଧୁଙ୍କ ଏହି ନିଆରା ଦୀପାବଳି ପାଇଁ ଅଞ୍ଚଳର ବିଭିନ୍ନ ବର୍ଗରୁ ପ୍ରଶଂସା ମିଳିଥିବା ଜଣାଯାଏ ।

jayashree
Leave A Reply

Your email address will not be published.