csstore

ବଡ଼ ଏକାଦଶୀ ଅବସରରେ ୫ ହଜାର ଦୀପ ପ୍ରଜ୍ୱଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଡ ଏକାଦଶୀ ଅବସରରେ ୫ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁରରେ ଥିବା ରାମଲିଙ୍ଗେଶ୍ୱର ଓ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଏହା ଦେଖିବାକୁ ମିଳିଛି । ପ୍ରଥମେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ବରୁଣ ପୂଜା, ସଂକଳ୍ପ, ଆକାଶ ଦୀପ ପରେ ଉପସ୍ଥିତ ଭକ୍ତମାନେ ନିଜ ନିଜର ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଦୀପ ପ୍ରଜ୍ୱଳନ ବେଳେ ଲକ୍ଷ୍ମୀ ନାରାୟଣ ମନ୍ଦିର ପୂଜକ ବୃନ୍ଦାବନ ତ୍ରିପାଠୀ ଅଶ୍ୱିନୀ ତ୍ରିପାଠୀ ଏବଂ ରାମଲିଙ୍ଗେଶ୍ୱର ପୂଜକ ପି. ଶଙ୍କାରୀ ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟିର ସଭାପତି ଲକ୍ଷ୍ମନାରାୟଣ ପୂଜାରୀ, ସମ୍ପାଦକ ଏ. ହରିଶଙ୍କର ରାଓ, ଉପସଭାପତି ଲଛମପତି କାଡ୍ରାକାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦ ମାନେ ଉପସ୍ଥିତ ରହି ସୁରୁଖୁରୁରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ଏବଂ ଦୀପ ପ୍ରଜ୍ୱଳନ ପାଇଁ ଆସିଥିବା ଭକ୍ତ ମାନଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।

jayashree
Leave A Reply

Your email address will not be published.