pakka

ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାର ନିବାସୀ ତଥା ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ଆଜି ସୋନପୁର ପୋଲିସ ରାଜସ୍ଥାନରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା କାର୍ କୁ ମଧ୍ୟ ଜବତ କରିଛି । ସେମାନେ ହେଲେ ଆଦିଲ ଓ ମେହବୁବା । ସୂଚନା ଅନୁସାରେ ଗତ ଅଗଷ୍ଟ ୧୦ ତାରିଖରେ ଅଙ୍ଗନଦୀକୁ ଡେଇଁ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅନ୍ୟପଟେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଦିବ୍ୟରଞ୍ଜନଙ୍କୁ ବ୍ଲାକମେଲ୍ କରି ତାଙ୍କ ନିକଟରୁ ଅର୍ଥ ଆଦାୟ କରୁଥିଲେ । ଯେଉଁଥିପାଇଁ ଦିବ୍ୟରଞ୍ଜନ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

1 × 5 =