pakka

ଆର୍‌ଟିଓ ଛକ୍‌ ଠାରେ ଦିବ୍ୟ ଜୀବନ ସଂଘ ତରଫରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟ ଜୀବନ ସଂଘ ତରଫରୁ ଗୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କ ଆରାମ ପାଇଁ ଟିଟିଲାଗଡ ରୋଡ ସ୍ଥିତ ଆର୍‌ଟିଓ ଛକ୍‌ ଠାରେ ଆଜି ଦହି ପାଣି ବଣ୍ଟନ କରାଯାଇଛି । ଏହି ଦହି ପାଣି ବଣ୍ଟନ ଗୋଟିଏ ମାସ ହେବ ପ୍ରତି ରବିବାର କରାଯାଉଛି । ସଂଘର ସଭାପତି ରବିଚନ୍ଦ୍ର ଉଦ୍‌ଗାତା ଓ ସଂପାଦକ ରଘୁନାଥ ବାବୁଙ୍କ ନେତୃତ୍ୱରେ ସଂଘର ଯୁଗ୍ମ ସଂପାଦକ ରୀତା ବକ୍ସି, ଚିନନ୍ମୟୀ ପାଣିଗ୍ରାହୀ, ନିହାରିକା ମିଶ୍ର, କଲ୍ୟାଣୀ ପାଣିଗ୍ରାହୀ, ଅନିତା ମିଶ୍ର, ମୃଣ୍ମୟୀ ମିଶ୍ର, ବଦୁୃତ ପଣ୍ଡା, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ପଥଚାରୀ ମାନଙ୍କୁ ଦହିପାଣି ବଣ୍ଟନ କରିଥିଲେ । ମହିଳା ସଭ୍ୟାମାନଙ୍କୁ ସଂଘର ସଦସ୍ୟ ଗୋପାଳ ନାୟକ, ରଶ୍ମି ବକ୍ସି, ଶିବାନନ୍ଦ ଦାସ, ରମେଶ ଯୋଶୀ, ସହଦେବ ମଲ୍ଲିକ, କିଶୋରୀ ମୋହନ ମିଶ୍ର, ରବିନ୍ଦ୍ର ଭୋଇ, ନୁରାଧନ ସାହୁ, ଶ୍ରୀୟାକାନ୍ତ ପାଣିଗ୍ରାହୀ, ଯଦୁ ପଟେଲ ପ୍ରମୁଖ ଦହିପାଣି ବଣ୍ଟନ କରିଥିଲେ ।

Leave A Reply

Your email address will not be published.

7 − seven =