
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଦିନ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ନାରୀ ଶିକ୍ଷା ପାଇଁ ନଗର ପରିକ୍ରମା କରାଯାଇଥିଲା । ଉକ୍ତ ଅବସର ପାଇଁ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନ ଭୁଏ, ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଯୋଗଦେଇ ଶିକ୍ଷା ମାଧ୍ୟମରେ ନାରୀ ସଶକ୍ତିକରଣ ଓ ଚରିତ୍ର ଗଠନର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଯୋଗଦେଇ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ରାଜବୋଡାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେର, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ନିରୋଜ ଦୋରା, ପ୍ରେମାନନ୍ଦ ବେହେରା, ପୂର୍ବତନ ଶିକ୍ଷକ-ଶିକ୍ଷୟିତ୍ରୀ – ବୃନ୍ଦାବନ ଦାଶ, ମିନତି ଦାଶ, ସୁରେଶ ଚୌହାନ, ସୁରେନ୍ଦ୍ର କୁମାର ଭୋଇ, ଜୀବନାନନ୍ଦ ସାହୁ, ନୀଳିମା ରାଣୀ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଅଭିଭାବକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ ରବୀନା ପଧାନ ମଞ୍ଚ ପରିଚାଳନା କରିଥିଲେ । ସଭାରେ ବିଦ୍ୟାଳୟର ଛଅ ଦଶନ୍ଧିର ଗୌରବମୟ ଇତିହାସ, ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ, ବିଜ୍ଞାନ କ୍ଷେତ୍ରରେ ସଫଳତା ସହିତ ପିଏମ୍ ଶ୍ରୀ ଯୋଜନା ଅଧୀନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ବକ୍ତାମାନେ ବିଦ୍ୟାଳୟର ଉଜ୍ଜ୍ୱଳ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ଛାତ୍ରୀମାନଙ୍କୁ ନୈତିକତା, ଶୃଙ୍ଖଳା ଓ ଜ୍ଞାନର ସମନ୍ୱୟରେ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ । ହିନ୍ଦୀ ଶିକ୍ଷୟିତ୍ରୀ ମଞ୍ଜୁ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।