
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ ସ୍ଥାନୀୟ ଟାଉନ ହଲ, ସୋନପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ସୁପ।ର ଠେଲା, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ନୃପରାଜ ସାହୁ ମାନ୍ୟବର ଜିଲ୍ଲାପାଳ, ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ଅଧ୍ୟକ୍ଷା, ସୋନପୁର ପୌରପରିଷଦ, ବେଣୁଧର ଦାସ (ବିଧାୟକ, ବିରମହାରାଜପୁରଙ୍କ ପ୍ରତିନିଧି), ଗୋବିନ୍ଦ ମହାରଣା, ସଭାପତି, ଟ୍ରେଡ ୟୁନିଅନ ସମନ୍ୱୟ କମିଟି, ସୁବର୍ଣ୍ଣପୁର, ଅନଙ୍ଗ ନେଗି, ରେୟାର ଏନଜିଓ, ସୋନପୁର ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକମାନଙ୍କ ଦେଶ ପାଇଁ ଅବଦାନ ଏବଂ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଡିଲେଶ୍ୱର ଖାଖା, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ସୁବର୍ଣ୍ଣପୁର ଅତିଥି ପରିଚୟ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଦିବ୍ୟ ଶଙ୍କର ଧୁରୁଆ, ଜିଲ୍ଲା ଶ୍ରମ ଅଧିକାରୀ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକମାନଙ୍କ ଦେଶ ପାଇଁ ଅବଦାନ ଏବଂ ଶ୍ରମିକମାନଙ୍କ ସମ୍ମାନ ଓ ଅଧିକାର ବିଷୟରେ ଆଲୋକପାତ କରାଇଥିଲେ । ଏହା ସହିତ ଜିଲ୍ଲା ଶ୍ରମ ଅଧିକାରୀ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଉଭୟ କଲ୍ୟାଣ ବୋର୍ଡ ଯଥା ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଶ୍ରମିକମାନଙ୍କୁ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ସହାୟତା ବାବଦରେ ସୂଚନା ଦେଇଥିଲେ । ସୌମ୍ୟରଞ୍ଜନ ସାହୁ, ସହକାରୀ ଶ୍ରମ ଅଧିକାରୀ ଡୁଙ୍ଗୁରିପାଲି, ମଞ୍ଚ ପରିଚାଳନା କରିଥିବା ବେଳେ ଲିପକରାଜ ନାୟକ, ସହକାରୀ ଶ୍ରମ ଅଧିକାରୀ, ଉଲୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ୫୬ ଜଣ ହିତାଧିକାରୀଙ୍କୁ ଟ. ୪,୯୫,୬୦୦/- (ଶିକ୍ଷା ସହାୟତା), ୨୪୦ ଜଣ ହିତାଧିକାରୀଙ୍କୁ ଟ.୧,୨୦,୦୦,୦୦୦/- (ବିବାହ ସହାୟତା), ୧୭ ଜଣ ହିତାଧିକାରୀଙ୍କୁ ଟ. ୧,୭୦,୦୦୦/-(ପ୍ରସୂତିକାଳୀନ ସହାୟତା), ୮୨ ଜଣ ହିତାଧିକାରୀଙ୍କୁ ଟ. ୨,୩୦,୦୦,୦୦୦, (ମୃତ୍ୟୁକାଳୀନ ସହାୟତା), ୮୨ ଜଣ ହିତାଧିକାରୀଙ୍କୁ ଟ. ୪,୧୦,୦୦୦/- (ଅନ୍ତୋଷ୍ଟିକ୍ରିୟା) ସହାୟତା ରାଶି ଏବଂ ନୂତନ ଭାବରେ ପଞ୍ଜୀକୃତ ହୋଇଥିବା ୨୦୦ ଜଣ ନିର୍ମାଣ ଶ୍ରମିକ ଓ ୫୦ ଜଣ ଅଂସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବ୍ୟବସାୟୀ ସଂଘ, ସୋନପୁର ଜିଲ୍ଲା ହୋଟେଲ ମାଲିକ ସଂଘ, ସୋନପୁର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ, ମାରୱାଡି ଯୁବ ମଞ୍ଚ, ସୋନପୁର ଓ ବିଭିନ୍ନ ପଞ୍ଜୀକୃତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତାଙ୍କ ସହ ପ୍ରାୟ ୫୦୦ରୁ ଅଧିକ ଜଣ ଶ୍ରମିକଙ୍କ ଏହି ସମାରୋହରେ ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ କେଦାର ସିଂ ବରିହା, ସହକାରୀ ଶ୍ରମ ଅଧିକାରୀ, ସୋନପୁର, ଚିନ୍ମୟ ମେହେର, ସହକାରୀ ଶ୍ରମ ଅଧିକାରୀ, ବିନିକା, ସପ୍ରତିଭ ପ୍ରଧାନ, ସହକାରୀ ଶ୍ରମ ଅଧିକାରୀ, ତରଭା, ଶ୍ରୀମତୀ ଅନିତା ନାଗ (ମଙ୍ଗଳ ସଂଯୋଜକ), ବାଙ୍କା ବିହାରୀ ମହଲା, ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ, ଶ୍ରୀମତୀ ସୁଚିସ୍ମିତା ପାତ୍ର, ନାରାୟଣ ବିଶି ପ୍ରମୁଖ ସହଯୋଗ କରିଥିଲେ ।