mahavir

ଶ୍ରମିକ ଦିବସରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ୱାଦିକ ସଂଘ ଓୟୁଜେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାମ୍ବାଦିକ ୟୁନିଅନର ଡାକରା କ୍ରମେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ତିନି ଦଫା ଦାବୀ ନେଇ ଶ୍ରମିକ ଦିବସରେ ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ରାଜରାସ୍ତାରେ ସାମ୍ବାଦିକମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ବର୍ଷ ବର୍ଷ ଧରି ସାମ୍ବାଦିକମାନେ ନ୍ୟାର୍ଯ୍ୟ ଦାବୀ ପେନସନ, ପ୍ରୋଟେକସନ୍, ଏକ୍ରିଡେସନ୍ ଆଦି ଦାବୀ ଉପରେ ସ୍ୱର ଉଠାଇ ପ୍ରତୀକ ଧାରଣା ଦେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ସଦାଶିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ହରିହର ପାତ୍ର, ରବୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ୟୁନିଅନର ଉପ-ସଭାପତି ରାଜ ଗୋପାଳ ପାଢ଼ୀ, ସମ୍ପାଦକ ମେଘନାଦ ଦାସ,ସନ୍ତୋଷ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ମିଶ୍ର, ରାଜ୍ୟ ସାଂଗଠାନିକ ସମ୍ପାଦକ ଅଶୋକ କୁମାର ମହାକୁଡ଼, ଛତ୍ରପୁର ପ୍ରେସ କ୍ଲବ ସମ୍ପାଦକ ଅଜିତ୍ ସ୍ୱାଇଁ ପୂର୍ବତନ ସଭାପତି ରବୀନ୍ଦ୍ର ନାଥ ପଣ୍ଡା, ଛତ୍ରପୁର ପ୍ରେସ୍ କ୍ଲବର ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀଙ୍କ ସମେତ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ଦେବବ୍ରତ ପଣ୍ଡା, ସୁଧୀର ନାହକ, ରୋହିତ ପ୍ରଧାନ (ପୋଲସରା), ହରିହର ପାତ୍ର ପ୍ରମୁଖ ବହୁ ସଂଖ୍ୟାରେ ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧି ଗଣ ଯୋଗଦେଇ ଥିଲେ । ସାମ୍ବାଦିକମାନଙ୍କୁ ପେନସନ, ସୁରକ୍ଷା ଏବଂ ଅଧିସ୍ୱୀକୃତି ପ୍ରଦାନ କରିବା ପାଇଁ ସରକାର କଥା ଦେଇ ସାମ୍ବାଦିକ ମାନଙ୍କୁ ପ୍ରତାରଣା କରିଥିବାରୁ ସରକାରଙ୍କ ବିରୁଦ୍ଧରେ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ । ଯାହାକି ଯଥାଶୀଘ୍ର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ପଞ୍ଚାୟତସ୍ତରରୁ ଆନ୍ଦୋଳନ କରାଯିବା ସହ ଯେଉଁ ଲେଖା ଛିଡ଼େଇ ଦେବା ଶବ୍ଦ ପ୍ରଚାର ଗଞ୍ଜାମରୁ ଆରମ୍ଭ ହୋଇ ସରକାର ଆସିଥିଲେ ବର୍ତ୍ତମାନ ସେଇ ଲେଖା ଛିଡେଇ ଦେବାକୁ ସାମ୍ବାଦିକମାନେ ନିଶ୍ଚିତ କଲମ ଚାଳନା କରିବେ ବୋଲି ଚେତାବନୀ ଦେଇଛନ୍ତି । ଉପରୋକ୍ତ ତିନି ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ନିଜେ ଧାରଣା ସ୍ଥଳକୁ ଆସି ଓୟୁଜେ ସଂଗଠନ ତରଫରୁ ଦିଆଯାଇଥିବା ସ୍ମାରକପତ୍ର ଟିକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.