pr

ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

dr. purohit

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ପୋଲିସ ପ୍ୟାରେଡ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଗରିମାମୟ ଭାବେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟମନ୍ତ୍ରୀ (ସ୍ୱାଧୀନ) ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସଲାମୀ ଗ୍ରହଣ କରିଥିଲେ । ବିଧାୟକ ବାଲେଶ୍ୱର ସଦର ମାନସ କୁମାର ଦତ୍ତ, ଜିଲ୍ଲାପାଳ ବାଲେଶ୍ୱର ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟହ ଦିବାକର, ଡିଆଇଜି ପିନାକୀ ମିଶ୍ର, ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ସହ ପ୍ରମୁଖ ଅଧିକାରୀ ବୃନ୍ଦ ଏବଂ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଭୋର ସକାଳ ୪ ଘଟିକା ସମୟରେ ସହର ସାରା ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ଆବାସ, କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ଓ ସାମ୍ବାଦିକ ପ୍ରକୋଷ୍ଠରେ ଜିଲ୍ଲାପାଳ ମହୋଦୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପୋଲିସ ରିଜର୍ଭ ପଡିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ପ୍ୟାରେଡ୍, ପ୍ରଜ୍ଞାପନ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୋଲିସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ମୋଟ ୫୪ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଭାଗ ନେଇଥିଲେ । ୫ଟି ପ୍ରଜ୍ଞାପନ ମେଢ଼ ଓ ୫ଟି ସାଂସ୍କୃତିକ ଦଳ ସହ ମହାବୀର ଆଖଡ଼ା ସଂଘ ଅଂଶଗ୍ରହଣ କରିଥିଲେ । ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନ ସହ ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜୟୀ ଦଳମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ମନ୍ତ୍ରୀ ଓ ଜିଲ୍ଲାପାଳ ପ୍ରମୁଖ ରୋଟାରୀ କ୍ଲବର ପୁଷ୍ପମେଳା, ରକ୍ତଦାନ ଶିବିର ପରିଦର୍ଶନ କରି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଅପରାହ୍ନରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇ ଚିତ୍ରାଙ୍କନ, ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.