csstore

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡ୍‌ସ ଦିବସ ମହାସମାରୋହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ଭାସ୍କର ଚନ୍ଦ୍ର ମେହେର ପରିଚାଳନା କରିଥିଲେ । ଏଡ୍‌ସ ସମ୍ପର୍କିତ “ମୋର ସ୍ୱାସ୍ଥ୍ୟ ମୋର ଅଧିକାର” ଏହି ଉକ୍ତି ଉପରେ ନିଜ ନିଜ ମତ ପ୍ରଦାନ କରିଥିଲେ । “ରୋଗୀକୁ ଘୃଣା କରନାହିଁ, ରୋଗକୁ ଘୃଣା କର ବୋଲି କହି ସଚେତନତା ହିଁ ଉପଯୁକ୍ତ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ନଟବର ବେହେରା, ଆଲୋକ କୁମାର ରଥ, ଡିଲେଶ୍ଵର ନିଆଲ, ଲୋକନାଥ ମେହେର, ଜୟନ୍ତୀ ଖୁଣ୍ଟିଆ, ଦମୟନ୍ତୀ ମେହେର, ଆଲୋକ ମୁଣ୍ଡ, ରଞ୍ଜିତ ସଗରିଆ, ଭୂଷଣ ଚନ୍ଦ୍ର ମେହେର ପ୍ରମୁଖଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.