jayashree

“ମୋନାଲିସା ପଜିଟିଭ୍ସ” ଦ୍ୱାରା କିଶୋରମାନଙ୍କ ସହ ୮୦ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : “ମୋନାଲିସା ପଜିଟିଭ୍ସ” ସଂସ୍ଥା ପ୍ରଧାନପଲ୍ଲୀ ସ୍ଥିତ ଅବଜର୍ଭେସନ୍ ଓ ସ୍ପେଶାଲ୍ ହୋମ୍‌ରେ ରହୁଥିବା କିଶୋରମାନଙ୍କ ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କଲା । ଅଧ୍ୟକ୍ଷା ରେଖା ଗୁପ୍ତାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋରମାନଙ୍କୁ ନୂତନ ବସ୍ତ୍ର ଓ ମିଠା ବିତରଣ କରାଯିବା ସହ ମାଗଣା ଆଇନଗତ ସହାୟତା ଦେବାର ପ୍ରତିଶୃତି ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବେ SAIL-RSPର ନିର୍ବାହୀ ନିର୍ଦ୍ଦେଶକ (ଖଣି) ବିପିନ୍ କୁମାର ଗିରି ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ମିତା ଗିରି, ରାଜଲକ୍ଷ୍ମୀ ପାତ୍ର ଏବଂ ଅନିଲ ପ୍ରସାଦ ଗୁପ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ପିଲାମାନେ ଦେଶାତ୍ମବୋଧକ ନୃତ୍ୟ, ଅଭିନୟ ଓ ହସ୍ତଶିଳ୍ପ ପ୍ରଦର୍ଶନ କରିଥିଲେ । ଶେଷରେ ଅନିଲ ପ୍ରସାଦ ଗୁପ୍ତା ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।

Leave A Reply

Your email address will not be published.