csstore

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନସଂଘର କର୍ଣ୍ଣଧାର ତଥା ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥିକୁ ସମଗ୍ର ଦେଶରେ ପାଳନ କରାଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନ୍ମଦିବସ ପାଳନ କରାଯାଇଥିଲା । ଡ. ମୁଖାର୍ଜୀଙ୍କ ଫଟୋ ଚିତ୍ରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା ଓ ବିଜେପିର ଉପସ୍ଥିତ ନେତୃମଣ୍ଡଳୀ ପୁଷ୍ପାଞ୍ଜଳି ଅର୍ପଣ କରି ଥିଲେ । ଶ୍ରୀ ଓରାମ, ଡକ୍ଟର ଶ୍ୟାମାପ୍ରାସାଦ ମୁଖାର୍ଜୀଙ୍କ ଶୃତି ଚାଳନା କରି କହିଲେ ଯେ, ସେ ଜଣେ ରାଷ୍ଟ୍ରବାଦୀ, ମହାନ ପୁରୁଷ, ସ୍ଵଷ୍ଟ ରାଜନୀତିଜ୍ଞ, ବିଶିଷ୍ଟ ଶିକ୍ଷାବିତ୍, ଭାରତ ଜନନୀର ବରପୁତ୍ର ଯାହାଙ୍କ ଜନ୍ମ ଠାରୁ ଆରମ୍ଭ କରି ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏକ ବୈପ୍ଲବିକ ଓ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ସତତ୍‌ ଚେଷ୍ଟିତ ଥିଲେ, ଯାହା ଭାରତ ଇତିହାସରେ ସ୍ମରଣୀୟ ହୋଇ ରହିଛି । ଜାମ୍ମୁ-କାଶ୍ମୀର ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ପ୍ରଦାନକୁ ସେ ବିରୋଧ କରିଥିଲେ କାରଣ ଏହାଦ୍ୱାରା ଦୁଇ ପ୍ରଧାନ, ଦୁଇ ବିଧାନ, ଦୁଇ ନିଶାନ ଅଖଣ୍ଡ ଭାରତ ପାଇଁ ବିପଦ ସୃଷ୍ଠି କରିବ । ଏହାକୁ ସେ ବିରୋଧ କରି ଜାମ୍ମୁ-କାଶ୍ମୀର ଅଭିମୁଖେ ଯାତ୍ରା କରି ଗିରଫ ହୋଇଥିଲେ ଓ ଜେଲ୍‌ରେ ଥିବା ବେଳେ ତାଙ୍କର ଅକସ୍ମାତ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ଯାହା ପୂର୍ବ କଳ୍ପିତ ଷଡ଼ଯନ୍ତ୍ର ଥିଲାବୋଲି ପ୍ରଚାର ହୋଇଥିଲା । ତାଙ୍କର ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାକାର କରିବା ସହ ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିଛନ୍ତି । ଏଣୁ ଆଜି ଆମେ ଶପଥ ନେବା ତାଙ୍କର ବିଚାର, ତ୍ୟାଗ, ବଳିଦାନ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଓ ଶଶାଙ୍କ ଜେନା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.