pakka

ପାଟଣାଗଡ ବିଜ୍ଞାପିତ ପରିଷଦ ସ୍ଵାୟତ ଶାସନ ଦିବସ : ଅଧିକାରୀଙ୍କ ଆଚରଣ ନେଇ ଯୋଗ ଦେଲେନି ଶାସକ ବିଜେଡି

bbehera
  • ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ
  • ବିକାଶ ଦିଗରେ ବାଧା ସୃଷ୍ଟିନେଇ ପାଟଣାଗଡ଼ ସହରରେ ଚର୍ଚ୍ଚା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନଏସି ରାଜ୍ୟର ଏକ ପୁରୁଣା ଏବଂ ଏକ ନମ୍ବର ଏନଏସି ଭାବେ ପୁରସ୍କାର ଲାଭ କରିଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାଟଣାଗଡ ଏନଏସି ପକ୍ଷରୁ ୬୦ତମ ପୂର୍ତ୍ତି ଅବସରରେ ୩୧.୮.୨୨ ଦିନ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବା ନେଇ ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ ମଧ୍ୟାମରେ ଜଣାଇ ଦିଆଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ସରୋଜ କୁମାର ମେହେର, ମୁଖ୍ୟ ବକ୍ତା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଓ ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା, ବଲାଙ୍ଗିର ଲୋକ ସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଏହି ଦିବସରେ ଯୋଗଦେବା ପାଇଁ ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ ପ୍ରଫୁଲ ମେହେର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରୀ ମହନ୍ତ ଅନୁରୋଧ କରିଥିଲେ । ୩୧ ତାରିଖ ଦିନ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ବାତିଲ କରିବା ସହ କିଛି ହାତଗଣତି କର୍ମଚାରୀଙ୍କ ମଧ୍ୟରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କେବଳ ପତାକା ଉତ୍ତୋଳନ କରି ୧୦ ମିନିଟରେ ସମାପ୍ତ କରାଯାଇଥିବା ବେଳେ ସଭା ଏଵଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ହଠାତ୍ ବାତିଲ କରି ଦିଆଯାଇଥିଲା । ଅପର ପକ୍ଷରେ ନଗରପାଳ ସମସ୍ତ କାଉନସିଲର ଯୋଗ ଦେଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏନ୍ଏସି ଆଇନ ଓ ବିଧି ବ୍ୟବସ୍ଥା ଅନୁଯାୟୀ ଏନଏସିର ଉକ୍ତ ସ୍ୱାୟତ୍ତ ଶାସନର ମୁଖ୍ୟ ହିସାବରେ ଅଧ୍ୟକ୍ଷା ପତାକା ଉତ୍ତୋଳନ କରିବା କଥା କିନ୍ତୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷାଙ୍କ ସମେତ ବିଜୁ ଜନତା ଦଳର ୧୫ ଜଣ ନିର୍ବାଚିତ କାଉନସିଲଙ୍କୁ ଦେଖିବାକୁ ମିଳିନଥିଲା । ତେବେ ହଠାତ୍ କାହିଁକି ସଭା ବନ୍ଦ କରି ଦିଆଗଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା । ପରେ ଖବର ନେବାରୁ ଜଣାପଡିଥିଲା ଯେ କେଉଁଆଡେ ଠିକା କାମକୁ ନେଇ ବିବାଦ ଉପୁଜି ଥିବାରୁ ଅଧ୍ୟକ୍ଷା, ଉପଧ୍ୟକ୍ଷ, ଏନଏସି କର୍ତ୍ତୃପକ୍ଷଙ୍କ ସମେତ କାଉନସିଲର ସଭାକୁ ବିରୋଧ କରିଥିବା ଜଣାପଡିଥିଲା । ରାଜ୍ୟରେ ଏକ ନମ୍ବର ଭାବେ ପୁରସ୍କୃତ ହୋଇଥିବା ପାଟଣାଗଡ଼ ଏନ୍ଏସିର ସାଧାରଣ ଠିକା କାମକୁ ନେଇ ମର୍ଯ୍ୟାଦା ପରମ୍ପରାକୁ ଭାଙ୍ଗିବା ନେଇ ବୁଦ୍ଧୀଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ବିକାଶ ଦିଗରେ ବାଧା ସୃଷ୍ଟି ହେଉଛି ବୋଲି ପାଟଣାଗଡ଼ ସହରରେ ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

one × five =