csstore

ବଙ୍ଗୋମୁଣ୍ଡା କପ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ବଙ୍ଗୋମୁଣ୍ଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ଏଥ୍‌ଲାଟିକ୍ସ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚି ଯାଇଛି । ଆଜିର ପଞ୍ଚମ ଦିବସରେ ମ୍ୟାଚ୍‌ରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାବେ ଆଦିବାସୀ ସମାଜର ପଶ୍ଚିମ ଓଡିଶାର ଉପସଭାପତି ସୁରେଶ ଭୋଇ, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି କ୍ଷୀର ବଚ୍ଛା, କଣ୍ଟାବାଞ୍ଜି ସାମ୍ବାଦିକ ଦୀପକ ଯାଦବ, ସାମ୍ବାଦିକ ହୁଲେଶ୍ୱର ହଂସ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ରାଉଣ୍ଡ ମ୍ୟାଚ୍‌ ବଙ୍ଗୋମୁଣ୍ଡା ଓ ଦେବଙ୍ଗ ଦଳ ମଧ୍ୟରେ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ଆୟୋଜକ କମିଟିର ମଣ୍ଟୁ ସରାଫ, ଯଶୋବନ୍ତ ବାଗ, ରଶ୍ମି ସିନ୍ଦୁର, ଜଗା ନାଗ, ପୃଥ୍ୱୀରାଜ ବାଗ, ଲାଲା ମନହୀରା, ଯଯାତି ସିନ୍ଦୁର, ପିଣ୍ଟୁ ଦାସ, ପୁନମ ଭୋଇ, ଡବ୍ଲୁ ହଂସ, ଶଶାଙ୍କ ଶେଖର ଦାସ ଯାଦବ, ଅଶୋକ ହଂସ ତଥା କମିଟିର ଅନେକ ସଦସ୍ୟ ସହଯୋଗ କରିଥିଲେ । ବିବଛ ମାଝୀ ରେଫରୀ ଓ ବୈଷ୍ଣବ ତାଣ୍ଡି ଓ ସୁନିଶ ପ୍ରଧାନୀ ଲାଇନ ମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.