oom

ମୁଣ୍ଡପଦର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ସ୍ଥାୟୀ ମ୍ୟାନେଜର ଓ ଚାଷୀଙ୍କ ବୀମା ଦାବୀରେ ଧାରଣା ଦେଲେ ଚାଷୀ

jsmm

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମୁଣ୍ଡପଦର ଗ୍ରାମରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସ୍ଥାୟୀ ବ୍ୟାଙ୍କ ମ୍ୟାନେଜର ଓ ଚାଷୀ ମାନଙ୍କ ବୀମା କରିବା ଦାବୀରେ ଆଜି ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶୃତି ମିଲିବା ପରେ ଧାରଣା ପ୍ରତ୍ୟାହୃତ କରିଥିଲେ । ଚାଷୀଙ୍କ ଅଭିଯୋଗ ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକର ୪ ଗୋଟି ପଂଚାୟତ ଯଥା ଠେମରା, ଝରିଆଲ, କଁସିଲ ମୁଣ୍ଡପଦର ପଂଚାୟତର ବିଭିନ୍ନ କାମ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କରେ ହୋଇଥାଏ । କିନ୍ତୁ ଗତ ୨ ମାସ ହେଲା ଏଠାରେ ବ୍ୟାଙ୍କ ମ୍ୟାନେଜର ରହୁନଥିବାରୁ ଚାଷୀ ମାନଙ୍କ ସହ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ କାମରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଲି ସ୍ଥିତିରେ ଚାଷୀ ମାନେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ଆଜି ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଧାରଣାରେ ବିଜେଡି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତଥା ବିଜେଡି ନେତା ଅଜୟ ଦାସ ଏହି ଧାରଣାରେ ଉପସ୍ଥିତ ରହି ସମର୍ଥନ କରିଥିଲେ । ପରେ ଧାରଣା ସ୍ଥଳରେ ବଲାଙ୍ଗିର ଆର୍‌ଏମ୍‌ ମୋବାଇଲରେ ଆନ୍ଦୋଳନକାରୀ ମାନଙ୍କୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ବିଭିନ୍ନ ପଂଚାୟତର ଚାଷୀ ଗୌରାଙ୍ଗ ମହାନନ୍ଦ, ପରମେଶ୍ୱର ଜାନୀ, ପୁଷ୍କର ଚଣ୍ଡୀ, ବିଭୀଷଣ ସୁନା, ଅନନ୍ତ ବାଗ, ଡୁବି ପୁଟେଲ, ମାଧବ ସାହୁ, ବିଶ୍ୱନାଥ ରଣା, ନିରାକାର ମେହେର, କୃଷ୍ଣଚନ୍ଦ୍ର ମେହେର, କୁଞ୍ଜ ମେହେର, ମଣ୍ଟୁ ଭୋଇ, ଅଲେଖ ସାହୁ, ନନ୍ଦ ଭୋଇ, ବୁଲୁ ଭୋଇ, ଜିତେନ ଭୋଇ, ଗୋବିନ୍ଦ୍ର ଭୋଇ, ପକ୍ଷୀରାଜ ଭୋଇ, ଦିଲିପ ସାହୁ ପ୍ରମୁଖ ଚାଷୀ ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.