pakka

ଶିକ୍ଷକ ଅଭାବ ପୂରଣ ଦାବୀରେ ତୁର୍ଲା ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଶିକ୍ଷକଙ୍କ ଅଭାବ ସମସ୍ୟାର ସମାଧାନ ହେବା କାଠିକର ହୋଇପଡିଛି । ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ସୋମବାର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଧାରଣାରେ ବସିଥିଲେ । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୪୦୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ କେବଳ ୪ ଜଣ ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷକ ଅଫିସ କାମରେ ଗଲେ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ପାଇଲା ଦିନରୁ ଛୁଟିରେ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଶିକ୍ଷକ ନିଯୁକ୍ତି ଦାବୀ ନେଇ ଅବିଭାବକମାନେ ଅନୁସୂଚିତ ଜାତି ଜନଜାତି ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ପରିଶେଷରେ ଗ୍ରାମବାସୀ ଆଶ୍ରମ ବିଦ୍ୟାଳୟରେ ତାଲା ପକାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ତାଲା ପଡ଼ିଥିବା ଜାଣି ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତା ଓ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତିକ୍ଷା ସାହୁ ଧାରଣାସ୍ଥଳରେ ପହଞ୍ଚି ଅବିଭାବକଙ୍କୁ ବୁଝାସୁଝା କରି ଶୀଘ୍ର ଶିକ୍ଷକ ନିଯୁକ୍ତି କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

jay balangir
Leave A Reply

Your email address will not be published.

five × four =