ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ୨୭୩ ଟି ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ଏବେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଭଟଲି ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ଠାରେ ପ୍ରତିବାଦ କାର୍ୟ୍ୟକ୍ରମ କରାଯାଇଛି । ଶୁକ୍ରବାର ଶତାଧିକ ମହିଳା, ପୁରୁଷ ଓ କୁନି କୁନି ପିଲାମାନେ ସ୍କୁଲ ବନ୍ଦ ପ୍ରତିବାଦ ରେ ସ୍ଲୋଗାନ ଦେଇ ସହର ମଧ୍ୟରେ ରାଲି କରିଥିଲେ । ଭଟଲି ବ୍ଲକର ୧୫ଟି ସ୍କୁଲ ବନ୍ଦ ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦିଲ୍ଲୀରେ ଆପ୍‌ ସରକାର ବିଶ୍ଵ ସ୍ତରୀୟ ଶିକ୍ଷା ପ୍ରଦାନ କରୁଥିବା ଜିଲ୍ଲା ଆବାହକ ଭବାନୀ ସାହୁ କହିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଉପସ୍ଥିତ ରହି ଶିକ୍ଷା ଅଧିକାର ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜକୁମାର ବଂଛୋର, କଳ୍ପନା ମେହେର, ସୁନାକାନ୍ତି ରଣା, ଧନମତି ବେହେରା, ବିରେନ୍ଦ୍ର କୁମ୍ଭାର ଓ ଅନ୍ୟ ମାନେ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.