jayashree

ଏମ୍‌ଏମ୍‌ଡିଆର ବିଲ୍ ବିରୋଧରେ ବଲାଙ୍ଗିରରେ ବିଜୁ ଛାତ୍ର ଜନତା ଦଳର ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ପ୍ରସ୍ତାବିତ ଏମ୍‌ଏମ୍‌ଡିଆର ବିଲ୍ ବିରୋଧରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ, ବଲାଙ୍ଗିର ପକ୍ଷରୁ ଧାରଣା ଦିଆଯାଇଥିଲା । ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତା ଓ ଛାତ୍ରନେତାମାନେ ଏହି ଧାରଣାରେ ସାମିଲ ହୋଇ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ଦାବି ଉଠାଇଥିଲେ । ଧାରଣା ପରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ଏମ୍‌ଏମ୍‌ଡିଆର ବିଲ୍ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଓ ରାଜ୍ୟର ଅଧିକାର ଉପରେ ପଡ଼ୁଥିବା ପ୍ରଭାବ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି । ସୁମନ କୁମାର ନନ୍ଦ କହିଛନ୍ତି ଯେ, “ଯେଉଁ ସମ୍ପଦ ଓଡ଼ିଶାର ମାଟିରୁ ବାହାରୁଛି, ସେଥିରୁ ରାଜ୍ୟର ନ୍ୟାୟସଙ୍ଗତ ରାଜସ୍ୱ ଓ ଅଧିକାର ସୁନିଶ୍ଚିତ ହେବା ଦରକାର । ଓଡ଼ିଶାର ହକ୍ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ” । ଓଡ଼ିଶା ଦେଶର ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ହୋଇଥିବାରୁ ଏଠାରୁ ଉତ୍ତୋଳିତ ପ୍ରାକୃତିକ ସମ୍ପଦରୁ ରାଜ୍ୟବାସୀଙ୍କ ନ୍ୟାୟସଙ୍ଗତ ଅଧିକାର ଓ ରାଜସ୍ୱ ସୁନିଶ୍ଚିତ ହେବା ଆବଶ୍ୟକ ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା ଚିରଞ୍ଜିବୀ ପ୍ରଧାନ, ରୋଶନ ସାହୁ, ମନୀଷ କୁମାର ସାଏ, ନିରୋଜ ସାହୁ, ଦିଗସନ ସୁନା, ପ୍ରକାସ ବାଗ, ଆଦର୍ଶ ପୁରୋହିତ, ଶ୍ରୀତମ ମିଶ୍ର, ଅଭିନବ ଦାଶ, ଆର୍ୟନ ପଟେଲ, ଅନିଶ ପଟେଲ୍, ସାହିଲ ନାୟକ, ଶୋଭାକର ମନହୀରା, ରିଲୁ ଦାନି, ମନୀଷ, ପ୍ରତ୍ୟୁଷା ପାଲଟା, ବବଲୁ ବଗର୍ତ୍ତି, ଶୋଭୂତ ସାହୁ ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.