
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଶ୍ରୀ ନୃସିଂହ ମନ୍ଦିର ପରିସରରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ନୀତି ଅନୁଯାୟୀ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବୈଠକର ବିବରଣୀ ପଠନ କରିସାରିବା ପରେ ତାହା ସର୍ବ ସମ୍ମତିକ୍ରମେ ଅନୁମୋଦିତ ହୋଇ ବିଭିନ୍ନ ଦିଗ ଉପରେ ସମାଜ ବାବଦରେ ଦିଗ ଦର୍ଶନ ଦେବା ସହିତ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିରେ ପ୍ରଶାସନ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବ୍ରାହ୍ମଣ ତଥା ସୁବର୍ଣ୍ଣମାନଙ୍କ ଉପରେ ଆରକ୍ଷଣ, ଆଇନଗତ ଅତ୍ୟାଚାର, ବିରୋଧାଭାସ ଏବଂ ସାରା ଭାରତରେ ୟୁଜିସିଓ ସରଂକ୍ଷଣ ବିଦ୍ରୋହ ଅଭିଯାନ ଉପରେ ଚର୍ଚ୍ଚା କରିଥିଲେ ଓ ୟା ଉପରେ ଏକ ସ୍ମାରକ ପତ୍ର ପ୍ରଶାସନକୁ ଦିଆଯିବା ସହିତ ଆଗାମୀ ଦିନରେ ଶୀଘ୍ର ପ୍ରତ୍ୟେକ ବର୍ଗର (ସବର୍ଣ୍ଣ)ମାନଙ୍କୁ ନେଇ ପୂର୍ବପରି ଏକ ବୈଠକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ତାହା ଗୃହିତ ହୋଇଥିଲା । ଦ୍ୱିତୀୟରେ ବ୍ରାହ୍ମଣ ସମାଜର ଏକ ସ୍ମରଣିକା ପ୍ରକାଶନ ପାଇଁ ପ୍ରସ୍ତାବ ଦେଇଥିଲେ ଯାହାକି ଉପସଭାପତି କିଶୋର କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଆସନ୍ତା ବୈଠକରେ ସ୍ମରଣିକାର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତି ପାଇଁ ନ୍ୟସ୍ତ କରାଯାଇଥିଲା । ପରେ ନୂଆଖାଇ ଭେଟଘାଟ ଆଗାମୀ ୨୦.୦୯.୨୦୨୬ (ରବିବାର) ଓ ବାମନ ଜୟନ୍ତୀ ତା.୨୩.୦୯.୨୦୨୬ (ବୁଧବାର ଏବଂ ତା.୦୪.୧୦.୨୦୨୬ (ରବିବାର) ଦିନ ମାନଙ୍କରେ ସାମୂହିକ ପିତୃପକ୍ଷ ତିଳ ତର୍ପଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ବ୍ରାହ୍ମଣ ଏକତାକୁ ଓ ସଂଗଠନକୁ ସୁଦୃଢ କରିବା ସକାଶେ ଆଲୋଚନା କରାଯାଇ ନଗର ସଭାପତି ରାକେଶ ପଣ୍ଡାଙ୍କୁ ସଭାସମିତିମାନ ଆୟୋଜନ କରିବା ପାଇଁ ଟାଉନର ବିଭିନ୍ନ ପଡା ୱାର୍ଡରେ ଦାୟିତ୍ୱ ଅର୍ପଣ କରାଗଲା । ଭଗବାନ ଶ୍ରୀ ପର୍ଶୁରାମ ପ୍ରତିମୂର୍ତ୍ତିର ଆନୁସଙ୍ଗିକ ବିକାଶ ଓ ପର୍ଶୁରାମ ଛକ ଉପରେ ପର୍ଶୁରାମ ବାହିନୀର ସଭାପତି ବିଧୁ ଭୂଷଣ ତ୍ରିପାଠୀ ଆଲୋକପାତ କରିଥିଲେ । ଗତ ପର୍ଶୁରାମ ଜୟନ୍ତୀ ଉତ୍ସବରେ ନାନାଦି ସାହାଯ୍ୟ ସହାନୁଭୁତି ଦେଇଥିବା ସାମାଜିକ ଓ ଧାର୍ମିକ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି, ସରକାରୀ ପ୍ରଶାସନ, ରାଜନୈତିକ ନେତୃବୃନ୍ଦ, ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଂଘର କର୍ମକର୍ତ୍ତା ଓ ପ୍ରତିନିଧିଙ୍କୁ ପତ୍ର ମାଧ୍ୟମରେ ସାଧୁବାଦ ଦେବା ପାଇଁ ଶିବ ଶଙ୍କର ଖୁଆସଙ୍କ ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ସଭାପତି ଶ୍ରୀ ତ୍ରିପାଠୀଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ତା. ୩୦.୦୮.୨୦୨୬ (ରବିବାର) ଦିବ ବକ୍ସିଉଡାର ଗ୍ରାମ ଠାରେ ବ୍ରାହ୍ମଣ ଏକତା ଓ ସଂଗଠନ ନିମନ୍ତେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ବୈଠକରେ ଉପଦେଷ୍ଟା ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଲୋକନାଥ ନେପାକ, ଶିବ ଶଙ୍କର ଖୁଆସ, ମନୋରଂଜନ ପୁରୋହିତ, କାର୍ଯ୍ୟକାରୀ ପରିଷଦ ଗଣ ରାଜଶ୍ରୀ ତ୍ରିପାଠୀ, ଉପସଭାପତି ସଙ୍କୀର୍ତ୍ତନ ତ୍ରିପାଠୀ, ସହ ସଂପାଦକ ରାଜେନ୍ଦ୍ର ମିଶ୍ର, ସଭାପତି ସୁରେଶ ମିିଶ୍ର, ସମ୍ପାଦକ ପର୍ଶୁରାମ ବାହିନୀ ସଭ୍ୟ ସୁଧିର ତ୍ରିପାଠୀ, ଧର୍ମ ପ୍ରସାଦ ଆଚାର୍ଯ୍ୟ, ପବିତ୍ର ଦାଶ, ରବିନ୍ଦ୍ର ତ୍ରିପାଠୀ, ପ୍ରଦୀପ ପଣ୍ଡା ମାନ୍ୟଗଣ୍ୟ ବ୍ରାହ୍ମଣ ଦେବତା ଉପସ୍ଥିତ ଥାଇ ସଭାରେ ଅଂଶଗ୍ରହଣ କରିଥିଲେ ।