csstore

ବଲାଙ୍ଗିରରେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରଥଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆୟୋଜନରେ ଏକ ସୂଚନା କେନ୍ଦ୍ର ଖୋଲାଯିବା ସହ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ ପ୍ଲାଜା ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀଙ୍କ ପରିଚାଳନାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍ ସନାତନ ଠାକୁର, କବି ବିଭୁତି ଭୁଷଣ ମିଶ୍ର, କବି ମଧୁସୂଦନ ନାୟକ,ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଅଧ୍ୟାପିକା ପ୍ରବଚିକା ଏଲୋରା ମିଶ୍ର ପ୍ରମୁଖ ବଲାଙ୍ଗିରର ରଥଯାତ୍ରା ପରଂପରା, ଜଗନ୍ନାଥ ତତ୍‌ତ୍ତ୍‌ତ୍ତ୍ୱ, ସଂସ୍କୃତି ସଂପର୍କରେ ଉପସ୍ଥାପନ କରି ଧାରାବିବରଣୀ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.