pakka

ପୋଲିସ ହାଇସ୍କୁଲ ବଲାଙ୍ଗିରରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ଅର୍ପଣ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଯେଉଁମାନେ ବିଦ୍ୟାଳୟକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥି ପାଇଁ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ଯୋଷୀ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷା ବିଭାଗ ଅଧିକାରୀ ସନାତନ ଠାକୁର ଓ ସମ୍ମାନିତ ଅତିଥି ଭାବେ ସୁନାଧର ପାଣିଗ୍ରାହୀ ଏବଂ ଆଲୁମିନି କମିଟିର ସଭାପତି ଗୋବିନ୍ଦ ବହିଦାର, ସଂପାଦକ ଜୟକିଶନ ରଣା, ଉପଦେଷ୍ଟା ଆନନ୍ଦ ଖୁଆସ ଏବଂ ସୁଦୟ ବାରିକ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର କର୍ମଚାରୀ କୃଷ୍ଣପ୍ରିୟା ପଣ୍ଡା, ଶରତ ନାଗ ଏବଂ ବିମଳ ଦନାୟତ ସହଯୋଗ କରିଥିଲେ । ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସହ ସଂପର୍କ କରିବା ପାଇଁ ପ୍ରଧାନ ଶିକ୍ଷକ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

twenty − 1 =