pakka

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା

bbehera
  • ଆରକ୍ଷଣ ୩୩% ୨୦୨୪ ଉପରେ ମହିଳାମାନେ ଲକ୍ଷ୍ୟ ଭେଦ କରିଥିଲେ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନ୍ୟାସ୍‌ନାଲ୍‌ ୟୁନିଅନ୍‌ ଅଫ୍‌ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର ଦିନ ମହିଳା ଦିବସ ପାଳନ କରାଯାଇଛି । ପଛୁଆ ବିଶେଷକରି ଏସ୍‌ସି, ଏସ୍‌ଟି ଓ ମାଇନରିଟି ବର୍ଗଙ୍କ ବିକାଶ ଉଦ୍ଦେଶ୍ୟରେ ଏହି କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ଲାଞ୍ଜିଗଡ଼ସ୍ଥିତ ବେନ ଗାଁ ହାଇସ୍କୁଲ ପ୍ରାଙ୍ଗଣରେ ପୂର୍ବାହ୍ନ ୧୦ଟାରେ ଆୟୋଜିତ ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ସୁକୃ ମାଝୀ ସଭାପତିତ୍ୱ କରିଥିଲେ । ଭାଗୀରଥୀ ଧାଙ୍ଗଡାମାଝି ସ୍ୱାଗତ ଭାଷଣ ପ୍ରଦାନ ଓ ସେହେନାଜ ଅଖତର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଦୀପକ ଗୌଡ଼ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ବିଜେପି ଓବିସି ମୋର୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା ସ୍ଥାନୀୟ ସମସ୍ୟା ଉପରେ ଆଲୋକପାତ କରିଥିଲେ । କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ସଚେତନତା ବାର୍ତ୍ତା ପ୍ରଦାନ କରିବା ଅବସରରେ ମହିଳାମାନଙ୍କର ସମାଜରେ ଥିବା ସମାନ ଅଧିକାର ଓ ସମ୍ବିଧାନ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ନାରୀ ସଶକ୍ତିକରଣ କେବଳ କଥା ଓ ଭାଷଣରେ ସୀମିତ ନ ରହି ବାସ୍ତବ ରୂପାୟନ ହେବା ଉପରେ ସେ ଜୋର ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଲକ୍ଷ୍ୟଭେଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଗ ମହିଳା ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ । ପୂର୍ବତନ ସରପଞ୍ଚ ଫୁଲମେ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହା ପରେ ପରେ ଲାଞ୍ଜିଗଡ଼ ସରକାରୀ ଆଶ୍ରମ ସ୍କୁଲଠାରେ ବାଳିକାମାନଙ୍କ ଦ୍ଵାରା ୨୦୨୪ ୩୩% ଆରକ୍ଷଣକୁ ଲକ୍ଷ୍ୟଭେଦ କରାଯାଇଥିଲା । ଏଥିରେ କୋଚ୍ ସୀମାଞ୍ଚଳ ଓ ଶିକ୍ଷୟିତ୍ରୀ ମମତା ମାଝୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରାୟ ଏକ ହଜାର ମହିଳାଙ୍କୁ ସାନିଟାରୀ ପେଡ଼ ପ୍ରଦାନ କରିବା ସହିତ ତାହାର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା ।

jay balangir
Leave A Reply

Your email address will not be published.

18 − one =