pakka

କାଇଁଚପୁରରେ ଦଣ୍ଡକାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ମା’ ଦଣ୍ଡକାଳୀ ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । କାଇଁଚପୁର ଗ୍ରାମରେ ଗଞ୍ଜାମ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ଦାଶ, ସ୍ୱୟଂ ସାହାୟିକା ଗୋଷ୍ଠୀର ସଭାପତି ସାବିତ୍ରୀ ସେଠୀ, ସାମ୍ପାଦକ ଜୟନ୍ତୀ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ୧୩ଟି ଟୋକନ୍‌ରେ ଚାଷୀଙ୍କ ୪ଟି ଟ୍ରକରେ ଧାନ ଉଠାଣ ହୋଇଥିବା ଜଣାପଡିଛି । ସୂଚନା ଥାଉକି ଦୁଇ ମାସ ହେଲା ଉତ୍ପାଦିତ ଧାନ ଚାଷୀମାନଙ୍କ ନିକଟରେ ପଡି ରହିଥିବା ବେଳେ ଗତକାଲି ଚାଷୀମାନଙ୍କ ପକ୍ଷରୁ ରାଜ୍ୟ ଯୋଗାଣ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ଯୋଗାଣ ବିଭାଗର ଉପସ୍ଥିତିରେ ମଣ୍ଡିରୁ ଧାନ ଉଠାଣ ଶୁଭାରମ୍ଭ ହୋଇଥିଲା ।

jay balangir
Leave A Reply

Your email address will not be published.

19 − 2 =