pakka

ପଥରଚେପାର ନିର୍ମାଣାଧୀନ ବିଜେପି ଅଫିସରୁ ଲୁହା ଛଡ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଗିରଫ : ଲୁହା ଛଡ ଜବତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୪ ତାରିଖ ରାତିରେ ପଥରଚେପା ଠାରେ ନିର୍ମାଣାଧୀନ ବିଜେପି ଅଫିସରୁ ୫୦,୦୦୦ଟଙ୍କାର ୭ କୁଇଣ୍ଟାଲ ଛଡ ଚୋରି କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏସଂପର୍କରେ ବରଗଡର ମହମ୍ମଦ ଇବ୍ରାହିମଙ୍କ ଅଭିଯୋଗ ଅନୁସାରେ କେଶ ନଂ.୬୬/୨୨/୩୭୯/୩୪ଆଇପିସି ଅଧାରରେ ସଦର ପୋଲିସ ତଦନ୍ତ କରି ପଥରଚେପାର ସାନ ନନ୍ଦ ଓ ରୁଦ୍ରମଣି ନନ୍ଦଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଚୋରି ଲୁହା ଛଡ ଉଦ୍ଧାର କରିଥିବା ମଧ୍ୟ ସୂଚନା ଦିଆଯାଇଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

five × two =