pakka

ସ୍କୁଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରାକ୍ଟର

bbehera

ଭଦ୍ରକ : ସ୍କୁଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରାକ୍ଟର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ନୂଆପୋଖରୀ ଧାନଘର ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାନଘର ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ପଞ୍ଚମ ଶ୍ରେଣୀର ଦୁଇଛାତ୍ର ସାଇକେଲ ନେଇ ଘରକୁ ଯାଉଥିବା ବେଳେ ଧାନଘର ଛକ ନିକଟରେ ଧାନ ଅନଲୋଡ କରି ଫେରୁଥିବା ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଆଦିତ୍ୟ ଜେନା ନାମକ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ର କର୍ତ୍ତବ୍ୟ ପ୍ରାମାଣିକ ଗୁରୁତର ଅବସ୍ଥାରେ ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

jay balangir
Leave A Reply

Your email address will not be published.

17 − thirteen =

error: Content is protected !!