csstore

ବୋଲେରୋ ପିକଅପ ସହ ବାଇକ ମୁହାମୁହିଁ ଧକ୍କା : ୨ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବୁଡ଼ାବାଲି ଠାରେ ବୋଲେରୋ ପିକଅପ ଓଡି ୦୭ ଏ ୫୩୧୬ ସହ ବାଜାଜ ବାଇକ୍ ଓଡି ୦୭ ପି ୦୪୯୯ ମୁହାମୁହିଁ ଧକ୍କା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତକ ମଣ୍ଡାସୁରର ପ୍ରଶାନ୍ତ ପାତ୍ର ବୋଲି ପରିଚୟ ମିଳିଥିଲା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରି ନାହିଁ । ଘଟଣାରୁ ପ୍ରକାଶ ଯେ ବୋଲେରୋ ପିକଅପଟି ବାଲିଗୁଡାରୁ ସାରଙ୍ଗଗଡ ଯାଉଥିଲା ବେଳେ ବିପରୀତ ଦିଗରୁ ବାଜାଜ୍ ବାଇକ ଫୁଲବାଣୀରୁ ବାଲିଗୁଡା ଅଭିମୁଖେ ଯାଉଥିଲା । ଡାମେରିକିଆ ନିକଟ ବୁଡାବାଲି ଠାରେ ଦୁର୍ଘଟଣା ଘଟିଥିଲା ବେଳେ ଘଟଣା ସ୍ଥଳରେ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନା ଏବଂ ଏସଆଇ ବାସୁଦେବ ପଣ୍ଡା ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

jayashree
Leave A Reply

Your email address will not be published.