csstore

ବାଲିଗୁଡ଼ାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ସ୍ଥାନୀୟ ଟାଉନର ଦଣ୍ଡପଦର ସ୍ଥିତ ଯାତ୍ରା ପଡିଆ ଠାରେ ଚଳିତ ମାସ ୮ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆୟୋଜନ ନିମନ୍ତେ ଏକ ପୂର୍ବ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରାର କନ୍ଧମାଳ ଜିଲ୍ଲା ଓ ରାଜ୍ୟର ଅନେକ ଜିଲ୍ଲାରୁ ସ୍ୱାବଲମ୍ବୀ ମହିଳାମାନେ ଆସି ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଅନ୍ୟମାନଙ୍କ ନିମନ୍ତେ ଏହି ମେଳାରେ ଉଦାହରଣ ସୃଷ୍ଠି କରିବେ । ଏହା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାରେ ମୋଟ ୧୧୩ ଟି ବିଭିନ୍ନ ଷ୍ଟଲରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ପାରମ୍ପରିକ ବେଶ ଭୂଷା, ଖାଦ୍ୟ, ଜୀବନ ଶୈଳୀ ସମ୍ପର୍କରେ ପ୍ରଦର୍ଶିତ ହେବା ସହିତ ବିକ୍ରି ମଧ୍ୟ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି କହିଲେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ । ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାରେ ପ୍ରତିଦିନ ଲୋକଙ୍କୁ ମନୋରଞ୍ଜନ କରିବା ନିମନ୍ତେ ଲୋକ ନାଟ୍ୟ, ପାରମ୍ପାରିକ ନୃତ୍ୟ, ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ନୃତ୍ୟ ସହ ଓଡ଼ିଶାର ସୁନାମ ଧନ୍ୟ କଳାକାରମାନେ ଆସି ଲୋକଙ୍କୁ ଆକୃଷ୍ଟ କରିବେ । ଏହି ପ୍ରସ୍ତୁତି ବୈଠକରେ ବାଲିଗୁଡ଼ା ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ମଲ୍ଲିକଙ୍କ ସମେତ ସ୍ଥାନୀୟ ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.