ପିକ୍‌ଅପ୍‌ ଭେନ୍‌ ଓ ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସୁକାନ୍ତି କଲେଜ ଛକ ନିକଟରେ ପିକଅପ ଭେନ ଓ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ସେଲେଡି ଗାଁର ୩୫ ବର୍ଷୀୟ ଲକ୍ଷ୍ମୀ ସେଠୀ ବୋଲି ଜଣାପଡିଛି । ସେଲେଡି ଗାଁରୁ ନିଜ ଘରୁ ଏକ ବାଇକ ଯୋଗେ ଦୁଇ ଭାଇ ଓ ଭଉଣୀ ଜନମୁରା ଗାଁକୁ ଆସୁଥିଲେ । ଜନମୁରା ସୁକାନ୍ତି କଲେଜ ଛକ ନିକଟରେ ବଲାଙ୍ଗିର ପଟୁ ସୋନପୁର ଆସୁଥିବା ଏକ ପିକଅପ ଭେନ ବାଇକୁ ଧକ୍କା ଦେଇଥିଲା । ଉଭୟଙ୍କୁ ଗୁରୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣାଯାଇଥିଲା । ଚକିତ୍ସାଧୀନ ଅବସ୍ଥାରେ ଭଉଣୀ ଲକ୍ଷ୍ମୀ ସେଠୀଙ୍କ ମୃତ୍ୟୁ ହୋଇଛି । ଭାଇ ଶେଷଦେବ ସେଠୀ ଗୁରୁରତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ପୋଲିସ ଘଟଣା ସ୍ଥାଳକୁ ଯାଇ ଅନୁସନ୍ଧାନ କରୁଛି ।

Leave A Reply

Your email address will not be published.