ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ ମୂର୍ତ୍ତି କାରିଗର ପ୍ରେମା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦଶହରାରେ ମା’ଙ୍କ ଅଭିର୍ଭାବକୁ ସମସ୍ତେ ଅପେକ୍ଷା କରିଛନ୍ତି ଏବଂ ମା’ଙ୍କ ଆଶିର୍ବାଦକୁ ଚାହିଁଛନ୍ତି । ସେଥି ମଧ୍ୟରେ ମୂର୍ତ୍ତି କାରିଗର ମଧ୍ୟ ମା’ଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ ଏବଂ କିପରି ସୁନ୍ଦର ଓ ମନଲାଖୀ ହେବ ସେଥିପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ପ୍ରେମାନନ୍ଦ ମେହେର ମଧ୍ୟ ନିଜ ପ୍ରଚେଷ୍ଟାରେ ଦୀର୍ଘ ଛଅ ବର୍ଷ ଧରି ମା’ଙ୍କ ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଖଲିପଥର ଗ୍ରାମର ଜଣେ ତରୁଣ ଶି‌ଳ୍ପୀ ଛୋଟ ଦିନରୁ ଗ୍ରାମର ଯୁବ ଗୋଷ୍ଠୀଙ୍କ ସହାୟତାରେ ପ୍ରତି ବର୍ଷ ମା’ଙ୍କ ମୂର୍ତ୍ତି ତିଆରି କରିଥାନ୍ତି । ଏବର୍ଷ କରୋନା ମହାମାରୀ ରୂପ ନେଉଥିବା ଯୋଗୁଁ ସରକାରଙ୍‌ଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ମୂର୍ତ୍ତି ତିଆରି କରିଛନ୍ତି ସେ । ମା’ ଦଭର୍ଗାଙ୍କ ମୂର୍ତ୍ତି କରିବା ସହ ଗଣେଶ, ସରସ୍ୱତୀ, ଗକ୍ଷ୍ମୀ, ବିଶ୍ଵକର୍ମା, ଶିବ, ପାର୍ବତୀ, କାଳୀ, ଗଜଲକ୍ଷ୍ମୀ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତି ତିଆରି କରିଥାନ୍ତି । ତାଙ୍କ କହିବା ଅନୁସାରେ ଭଗବାନଙ୍କ ମୂର୍ତ୍ତି ତିଆରି କରିବାକୁ ବହୁତ ଭଲ ଲାଗେ ଓ ସେଥିରେ ଭଗବାନଙ୍କ ଆଶିର୍ବାଦ ମଧ୍ୟ ରହିଥାଏ । ତେଣୁ ଯେତେ ଦିନ ପର୍ୟ୍ୟନ୍ତ ଚାଲିଥିବ ମୂର୍ତ୍ତି ତିଆରି କରିବି ବୋଲି ପ୍ରକାଶ କରୁଛନ୍ତି । ପ୍ରେମାଙ୍କ ମୂର୍ତ୍ତି ତିଆରି ଦେଖି ଗ୍ରାମବାସୀ ଓ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଥାନ୍ତି ।

Leave A Reply

Your email address will not be published.