pakka

ବାଇକ୍‌କୁ ପଛପଟୁ ଧକ୍କା ଦେଲା ମହିନ୍ଦ୍ରା ପିକ୍‌ଅପ୍‌ ଗାଡି : ୧ ଗୁରୁତର

bbehera

ବରଗଡ, (ନିରୋଜ କୁମାର ପାଣୀ) : ବାଇକ୍‌କୁ ପଛପଟୁ ଧକ୍କା ଦେଲା ମହିନ୍ଦ୍ରା ପିକ୍‌ଅପ୍‌ ଗାଡି । ଫଳରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପର୍ଥଲ୍ଲାର ବିଜୟ ସାହୁ (୨୮) ଆଜି ସନ୍ଧ୍ୟା ସମୟରେ ତାଙ୍କ ସାଙ୍ଗ ରମେଶ ସାହୁଙ୍କ ସହିତ ଏକ ବାଇକରେ ଆସୁଥିବା ସମୟରେ ଏକ ନମ୍ବର ବିହୀନ ମହିନ୍ଦ୍ରା ପିକ୍‌ଅପ୍‌ ଗାଡି ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ବିଜୟ ସାହୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବିଜୟ ସାହୁଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ତେବେ ସେଠାରୁ ବିଭାଗୀୟ ଡାକ୍ତର ତାଙ୍କୁ ଭୀମସାର ବୁର୍ଲ୍ଲାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ବରଗଡ଼ ଟାଉନ ପୋଲିସ, ସଦର ପୋଲିସ ସହିତ ବରଗଡ଼ ଏଡିସିନାଲ ଏସ୍‌ପି ଟି.କେ ମହାନ୍ତି ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

6 + 7 =