pakka

ବାଇକ ଓ ଇକୋ ଗାଡି ମୁହାଁମୁହିଁ ଧକ୍କା : ୧ ମୃତ, ୨ ଆହତ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବାଞ୍ଜାମୁଣ୍ଡାଠାରେ ଏକ ବାଇକ ଓ ଇକୋ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ମ.ରାମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା କୁଦୋପାଲି ଗାଁର ଛୁଟା ବରିହା । ଛୁଟା ଓ ତାଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ମୋହନଗିରି ଅଞ୍ଚଳର ମଙ୍ଗଳୁ ବରିହା ଓ ଆନନ୍ଦ ବରିହା ଏକ ବାଇକ୍ ନଂ ଓଡି ୦୩ବି ୫୭୩୬ ଯୋଗେ ଏକ ଭୋଜି ଖାଇ ମୋହନଗିରି ଫେରିବା ସମୟରେ ସାମନା ପଟୁ ଇକୋ ଗାଡି ନଂ ଓଡି ୦୮କିୟୁ୮୯୯୬ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଛୁଟାଙ୍କ ମୃତ୍ୟୁ ହୋଇଥିଲା । ଇକୋ ଗାଡି ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ମ.ରାମପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏ ନେଇ ମ.ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

jay balangir
Leave A Reply

Your email address will not be published.

2 × 2 =