
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଦ୍ଵିପହର ସମୟରେ ଟିଟିଲାଗଡରୁ ବଲାଙ୍ଗିର ରାସ୍ତା ଛୋଟୁ ମହାରାଜ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ସେଥିରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପିକପ୍ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ବାଇକ ନମ୍ବର ହେଲା ଓଡି୧୭ଡବ୍ଲୁ୫୨୪୧, ପିକପ୍ ଗାଡ଼ି ନମ୍ବର ହେଉଛି ଓଡି୦୩ଏଇ୫୯୧୮ ବୋଲି ଜଣାପଡ଼ିଥିବା ବେଳେ ପିକପ୍ ଗାଡ଼ି ଚାଳକ ଫେରାର ମାରିଥିବା ଜଣାପଡ଼ିଛି । ସରକାରୀ ଡାକ୍ତରଖାନାକୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।