mahavir

ଶ୍ରୀ ଜଗନ୍ନାଥଙ୍କ କଥାମୃତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ତଥା ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ” ଶ୍ରୀ ଜଗନ୍ନାଥ କଥାମୃତ” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଡା. ଆଶୁତୋଷ ପ୍ରସାଦ ମିଶ୍ର ଯୋଗଦେଇ ସୁନ୍ଦର ବ୍ୟାଖନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜଗନ୍ନାଥଙ୍କୁ ଭଲ ପାଇବାକୁ ହେଲେ ମା’ଙ୍କୁ ଭଲପାଇବା ଶିଖନ୍ତୁ । ଆମର ସିଂହଦ୍ଵାର ଓ ସ୍ଵର୍ଗଦ୍ଵାର ମଧ୍ୟରେ ଜୀବନ ରହିଛି । ଏହାସହ ଶ୍ରୀ ଜଗନ୍ନାଥଙ୍କ ଆଖି ଆଗରେ ପଡ଼ିଲେ ମୁକ୍ତି ମିଳେ । ସେ ତ୍ରୈଲୋକ୍ୟମୋହନ, ମାନବୀୟ ଲୀଳା ତଥା ୬ ଟି ଗୁଣ ଯଥା ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ଦୁଃଖ ଓ ଦୋଷ ସମ୍ପର୍କରେ ଆଲୋଚନା କରିଥିଲେ । ଡା. ମିଶ୍ର ସୂଚାଇଥିଲେ ଯେ, ଶ୍ରୀଜଗନ୍ନାଥ ଏକମାତ୍ର ଠାକୁର ଯାହାର ମଶାଣି ମନ୍ଦିରରେ ଅଛି । ଯାହା କୋଇଲି ବୈକୁଣ୍ଠ ନାମରେ ବିଖ୍ୟାତ । ମୃତ୍ୟୁ ଚେତନ ହେବାର ଆବଶ୍ୟକତା ରହିଛି । ମରଣକୁ ସ୍ମରଣ କଲେ ଆନନ୍ଦରେ ରହିବେ । କୋଇଲିର ଅର୍ଥ ନମୁନା । ଏହା ସହ ୩ ପ୍ରକାର କାରଣ, ଲକ୍ଷଣ, ନିରାକରଣ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ନିଳାଦ୍ରୀ ବିଜେ ସବୁଠୁ ବଢିଆ ପହଣ୍ଡି ସେ ଶ୍ରୀ ଜଗନ୍ନାଥଙ୍କ ନାମ, ରୂପ ଓ ଲୀଳା ସମ୍ପର୍କରେ ଅତି ସୁନ୍ଦର ମାର୍ମିକ ବକ୍ତବ୍ୟ ରଖିଥିଲେ । ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଟ୍ରଷ୍ଟି ଇଂ ଆଲୋକ ରଂଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ଅମୂଲ୍ୟ ମିଶ୍ର, ବିନୟ ମହାନ୍ତି, ରାମକୃଷ୍ଣ ତ୍ରିପାଠୀ, ସୁଶୀଲ ମିଶ୍ର, ସୁସ୍ମିତା ମହାପାତ୍ର, ସସ୍ମିତା ପ୍ରଧାନ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ନିରୁପମା ପତି, ରାଜୀବ ପାଣି, ସ୍ନେହଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲା ବେଳେ ଟ୍ରଷ୍ଟି ଇଂ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.