pakka

ଆଜି ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ କୋଭିଡ଼ କଟକଣା ମଧ୍ୟରେ ଆଜି ମା’ଙ୍କୁ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ।

Leave A Reply

Your email address will not be published.

3 × three =