pakka

କଂଗ୍ରେସ ନଗର ସମ୍ପାଦକଙ୍କ ମାତୃ ବିୟୋଗ

kalikesh

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଂଗ୍ରେସ ସମ୍ପାଦକ ଯଜେ୍ଞଶ୍ୱର ଶତପଥୀ(ଟୁନା)ଙ୍କ ମାତୃ ବିୟୋଗ ଘଟିଥିବା ଜଣାପଡ଼ିଛି । ତାଙ୍କ ମାତା ଶୈଳବାଳା ଶତପଥୀ(୮୦)ଙ୍କ ଗଞ୍ଜାମ ସହର ସ୍ଥିତ ୩ ନମ୍ବର ୱାର୍ଡ ଦୁର୍ଗାଦେବୀସାହିର ନିଜ ବାସଭବନରେ ଗତକାଲି ପରଲୋକ ଘଟିଥିବା ଜଣାପଡ଼ିଛି । ସେ ଜଣେ ପରପକାରୀ, ମିଷ୍ଟଭାଷୀ, ଧର୍ମପରାୟଣା, ମେଳାପୀ ପ୍ରକୃତିର ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବିୟୋଗରେ ବହୁ ଆତ୍ମୀୟ ସ୍ୱଜନ, ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କର ପୁଣ୍ୟତୋୟା ଋଷିକୂଲ୍ୟା ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

pp
Leave A Reply

Your email address will not be published.

six + 16 =