jsm

ଆଇନଜୀବୀଙ୍କ ମା’ ରାମଦେବୀଙ୍କ ଦେହାନ୍ତ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ଚଣ୍ଡୀ ମନ୍ଦିରପଡା ନିବାସୀ ଆଇନଜୀବୀ କିଶୋର ଓ ମନୋଜ ଅଗ୍ରୱାଲଙ୍କ ମାଆ ରମାଦେବୀ ଆଗ୍ରୱାଲ(୭୦)ଙ୍କ ପରଲୋକ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବା ଯୋଗୁଁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । କିଛି ସୁଧାର ଆସିବାରୁ ସଇଁନ୍ତଲା ବାସ ଭବନକୁ ଆଣିଥିଲେ । ଆଜି ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପ୍ରସାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସଇଁନ୍ତଲା ଓକିଲ ସଂଘର ସଭାପତି ହୀଯକ୍ଷ ତାଣ୍ଡି, ଓକିଲ ସଂଘ ସମ୍ପାଦକ ସତ୍ୟନାରାୟଣ ସାହୁ, କୋଷାଧ୍ୟକ୍ଷ ଜପେଶ୍ଵର ଯାନୀ, ମାନଭଞ୍ଜନ ପାଣିଗ୍ରାହୀ, ରାଧେଶ୍ୟାମ ସାହୁ, ଟୁନୁ ରାଜପଲିଆ ସମେତ ଓକିଲ ସଂଘର କର୍ମକର୍ତ୍ତା ମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମା ସତଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

yuvodaya
Leave A Reply

Your email address will not be published.