
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସଭା କକ୍ଷରେ ଗୁରୁବାର ଦିନ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ତେବେ ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଦେଓଗାଁ ପଞ୍ଚାୟତ ସମିତି ଅଧକ୍ଷ ଦୟାନିଧି ଖମାରୀ, ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଯୋଗ ଦେଇ ବଶିଷ୍ଠ ନାଗରିକଙ୍କୁ ସମ୍ମାନିତ କରିଥିଲେ । ଜଗନ୍ନାଥ ଦର୍ଶନ ଯୋଜନାରେ ଦେଓଗାଁ ବ୍ଲକର ୬ଟି ପଞ୍ଚାୟତ ୫୮ ଜଣ ବରିଷ୍ଠ ନାଗରିକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏବିଡିଓ ପୁଷ୍ପାଞ୍ଜଳି ନାଏକ ପତାକା ଦେଖାଇବା ପରେ ଜଗନ୍ନାଥ ଏକ୍ସପ୍ରେସ ଆଗକୁ ଗଡିଥିଲା । ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ସେଠ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।