pakka

ରୁଷ-ୟୁକ୍ରେନ ଯୁଦ୍ଧ ଆଳ : ଘୋରୋଇ ବଜାରରେ ଖାଇବା ତେଲ ଦରବୃଦ୍ଧି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏପଟେ ନିର୍ବାଚନ, ସେପଟେ ରୁଷ- ୟୁକ୍ରେନ ଯୁଦ୍ଧର ଆଳରେ ବରଗଡ଼ ଘରୋଇ ବଜାରରେ ଖାଇବା ତେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ମୁନାଫାକାରୀମାନେ ପୁରୁଣା ଷ୍ଟକ୍ ଥିବା ସ୍େ‌ତ୍ତ୍ୱ ଅଧିକ ଦରରେ ଖାଇବା ତେଲ ବିକ୍ରି କରୁଛନ୍ତି । ବରଗଡ଼ ବଜାରରେ ସୂର୍ଯ୍ୟମୁଖୀ, ସୋୟାବିନ୍, ପାମୋଲିନ୍ ତେଲ ଦର ଲିଟର ପିଛା ୩୦ ଟଙ୍କା ଯାଏ ବୃଦ୍ଧି କରି ବିକ୍ରି କରୁଛନ୍ତି । କମ୍ପାନୀ ଗୁଡ଼ିକ ଖାଇବା ତେଲ ପ୍ୟାକେଟରେ ନୂତନ ବର୍ଦ୍ଧିତ ଏମ୍ଆର୍‌ପି ଲେଖି ଏପର୍ଯ୍ୟନ୍ତ ଛାଡି ନାହାନ୍ତି ତଥାପି ବ୍ୟବସାୟୀମାନେ ଅଧିକ ଦରରେ ବିକ୍ରି କରିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ସ୍ଥାନରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଉଥିବା ପରିଲକ୍ଷିତ ହେଉଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

eighteen − seventeen =