ଯୁବକଙ୍କୁ ଦଳିଦେଲା ଦନ୍ତା

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ଗ୍ରାମର ଗିଲୁ ବେହେରାଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି । ସୂଚନାନୁଯାୟୀ, କୟଥପଲ୍ଲା ଗ୍ରାମର ଗିଲୁ ବେହେରା ଘରୁ ସାଇକେଲ୍ ଯୋଗେ ଜଙ୍ଗଲିଆ ରାସ୍ତା ଦେଇ ମାର୍କେଟ ଆସୁଥିବା ବେଳେ ଏକ ଦନ୍ତା ହାତୀର ଶିକାର ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଟାଙ୍ଗୀ ବନ ବିଭାଗର କୟଥପଲ୍ଲା ଏବଂ ନରମାନବୀ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ଉପଦ୍ରବ ଜାରି ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

17 + 14 =

error: Content is protected !!