csstore

ଡଙ୍ଗରମୁଣ୍ଡା ଠାରେ କଳାହାଣ୍ଡି ତୈଳକ ବୈଶ୍ୟ ସମାଜର ବୋର୍ଡ ବୈଠକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲ୍ଲାମୁଣ୍ଡା ବ୍ଲକ ଡଙ୍ଗରମୁଣ୍ଡା ଠାରେ କଳାହାଣ୍ଡି ତୈଳକ ବୈଶ୍ୟ ସମାଜର ବୋର୍ଡ ବୈଠକ ରବିବାର ଦିନ ରଘୁମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା ରାଣୀ ସାହୁ, ଜ଼ିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ, ଜ଼ିଲ୍ଲା ସମ୍ପାଦକ ଡୁଲେଶ୍ୱର ସାହୁ, ଅଡିଟର ମହାଦେବ ସାହୁ, ବରିଷ୍ଠ ଉପଦେଷ୍ଟା ସଦଶ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ବଲାଙ୍ଗିର ଜ଼ିଲ୍ଲା ସକ୍ରିୟ ସଦଶ୍ୟ ଜୟରାମ ସାହୁ, ଡଙ୍ଗର ମୁଣ୍ଡା ଗ୍ରାମର ମୋହନ ସାହୁ, ଲେଖାମଣି ସାହୁ ଓ ବ୍ଲକ ସମ୍ପାଦକ ପ୍ରମୋଦ ସାହୁ ମଞ୍ଚାସୀନ ଥିବା ବେଳେ ମ.ରାମପୁର, କୋକସରା, କେସିଙ୍ଗା, ଲାଞ୍ଜିଗଡ଼, ନର୍ଲା ଓ କର୍ଲ୍ଲାମୁଣ୍ଡା ବ୍ଲକ କମିଟିରୁ ସଭାପତି, ସମ୍ପାଦକ ଓ ସକ୍ରିୟ ସଦଶ୍ୟ ମାନେ ଉପସ୍ଥିତ ଥିଲେ । ପ୍ରଥମେ ଭଗବାନ ଶିବ, ପାର୍ବତୀ ଓ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସ୍ୱର୍ଗତ ଉପେନ୍ଦ୍ର ସାହୁ, ସନ୍ତୋଷ ସାହୁ ଓ ସ୍ୱର୍ଗତ ଜାତି ଭାଇ ମାନଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରଯାଇଥିଲା । ଗତ ବୈଠକର ବିବରଣୀ ଜ଼ିଲ୍ଲା ସମ୍ପାଦକ ପଠନ ପରେ ବ୍ଲକ ସ୍ତରୀୟ କମିଟିରେ ବିଭିନ୍ନ କ୍ଷେତ୍ରରେ ସାମିଲ ହୋଇଥିବା ମହିଳା ମାନଙ୍କୁ କୃତି ଅର୍ଜନ କରିଥିବା ଜାତି ଭାଇ, ଭଉଣୀଙ୍କୁ ସମ୍ମାନିତ କରିବା, ଗରିବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା କରିବା, ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ଆସନ ସଂରକ୍ଷଣ, ବ୍ଲକ ସ୍ତରରେ ସାମାଜିକ ଗୃହ ନିର୍ମାଣ ଓ ଅନ୍ୟାନ୍ୟ ବିକାଶ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମଞ୍ଚ ପରିଚାଳନା ବିଜୁ କୁମାର ସାହୁ କରିଥିବା ବେଳେ ସମ୍ପାଦକ ଡୁଲେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ । ରବି ସାହୁ, ସୁଶାନ୍ତ ସାହୁ, ଭୁବନ ସାହୁ ସମେତ ଡଙ୍ଗରମୁଣ୍ଡା ଗ୍ରାମର ମହିଳା ସମେତ ସମସ୍ତ ଗ୍ରାମବାସୀ ସହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.