jsm

ବଲାଙ୍ଗିର ଖାଉଟି ଅଦାଲତରେ ଜ୍ୟୋସ୍ନା ମିଶ୍ରଙ୍କ ଦ୍ୱାରା ବିଶାଳ ମେଗାମାର୍ଟ ଦଣ୍ଡିତ

csstore
  • ୧୬ ଟଙ୍କା ବ୍ୟାଗ ପାଇଁ ୩୩ ହଜାର ଫାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶାଲ ମେଗାମାର୍ଟ ଯାହା ବଲାଙ୍ଗିର ପୁରୁଣା ରାଜଭାଟି ତଥା ପୋଲିସ ଷ୍ଟେସନ ସମ୍ମୁଖରେ ଅବସ୍ଥାପିତ ମଲ୍‌ । ବିଶାଲ ମେଗାମାର୍ଟକୁ ଗ୍ରାହକ ସୁଶାନ୍ତ ବାଗ ଓ ପରିବାର ଗତ ୨୬ ତାରିଖ ଦିନ ସପିଙ୍ଗ୍‌ କରିବାକୁ ଯାଇଥିଲେ ଓ ଏମାନେ ୨୯୦୦ ଶହ ଟଙ୍କାର ସାମଗ୍ରୀ ମଲ୍‌ ମଧ୍ୟରୁ କିଣିଥିଲେ । ସାମଗ୍ରୀ ନେବା ପରେ ସେମାନେ କାଉଣ୍ଟରରେ ଏକ ଝୁଲା ବ୍ୟାଗ ଦେବାକୁ ଅନୁରୋଧ କରିଥିଲେ କିନ୍ତୁ ଉପସ୍ଥିତ ମଲ କର୍ମଚାରୀ ମାଗଣା ବ୍ୟାଗ ବଦଳରେ ୧୬ ଟଙ୍କା ଅଧିକ ଆଦାୟ ଓ ବିଲିଙ୍ଗ କରାଇଥିଲେ । ଯାହାକୁ ନେଇ ଶ୍ରୀ ବାଗ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ପ୍ୟାନେଲ ଶ୍ରୀମତୀ ଜ୍ୟୋସ୍ନା ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଶ୍ରୀମତୀ ମିଶ୍ର ଖାଉଟି ଅଦାଲତ ବିଶାଲ ମେଗାମାର୍ଟକୁ ୨୦ ହଜାର ଟଙ୍କା ଜରିମାନା, ଗ୍ରାହକଙ୍କ ମାନସିକ ଅବସାଦ ପାଇଁ ୧୦ ହଜାର ଟଙ୍କା ଓ ମାମଲା ପରିଚାଳନା ଖର୍ଚ୍ଚ ପାଇଁ ୩ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାହକଙ୍କୁ ଠକାମୀ କରିବା ଏଭଳି ଏକ ନିତିଦିନିଆ କ୍ରମାଗତ ଅଭ୍ୟାସ ଗୁଡ଼ିକରୁ ବେପାରୀମାନେ ନିବୃତ୍ତ ରହିବାକୁ ଓ ଉପଭୋକ୍ତା ମାନଙ୍କୁ ଏଭଳି ଲିଖିତ ଅଭିଯୋଗ କରି ସଚେତନ ରହିବାକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ଶ୍ରୀମତୀ ଜ୍ୟୋସ୍ନା ମିଶ୍ର ସମଗ୍ର ଜିଲ୍ଲାବାସୀଙ୍କୁ ଜଣାଇ ଏଭଳି ମାମଲାର ସ୍ୱତନ୍ତ୍ର ରାଏ ପାଇଁ ଉପଭୋକ୍ତାଙ୍କ ମଧ୍ୟରେ ଆହୁରି ସଚେତନତା ବୃଦ୍ଧି ପାଇଁ ଉପଭୋକ୍ତା ଅଦାଲତରେ ଅନେକ ଯୋଜନା ରହିଛି ବୋଲି ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.