csstore

“ଦାଦନ” ଶୀର୍ଷକ ଉପରେ କୋଶଲି କବିତା ଆସର ଆୟୋଜିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ତରଫରୁ “କବିର କବିତାଥି ଦାଦନ” ବିଷୟ ଉପରେ ଆଧାରିତ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି, କଥାକାର, ସାମାଜିକ କର୍ମୀ ରାଜିବ ସଗରିଆ କାର୍ଯ୍ୟକ୍ରମରେ ଯୋଗଦେଇ ଦାଦନ ସମସ୍ୟାର ଐତିହାସିକ ଓ ବର୍ତ୍ତମାନ ସ୍ଥିତିର ଆର୍ଥନୈତିକ ଦୃଷ୍ଟିକୋଣ ସଂପର୍କରେ ଆଲୋଚନା କରିଥିଲେ । ଲୋକେ ଦାଦନ ଯିବାର କାରଣ ଓ ନିଦାନ ଉପରେ ସେ ଆଲୋକପାତ କରିଥିଲେ । ଦାଦନ ବା ଦେଶାନ୍ତର ଏକ ସମସ୍ୟା ନୁହେଁ ବରଂ ଏହା ବର୍ଷବର୍ଷ ଧରି ଚାଲିଥିବା ସାମାଜିକ ଓ ରାଜନୈତିକ ଅବ୍ୟବସ୍ଥାର ପରିଣାମ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହାପରେ ନିମାଇଁ ପାଣିଗ୍ରାହୀ, ବନବାସ ମେହେର, ସାବିତ୍ରୀ ସାହୁ, ପ୍ରତିମା ମେହେର, ବିକାଶ ମେହେର, ଶୁକଦେବ ସାହୁ, ସତ୍ୟାନନ୍ଦ ଭୋଇ, କ୍ଷୀରୋଦ୍ର କୁମାର ସାହୁ, ବଲ୍ଲବ ସାହୁ, ସନ୍ତୋଷ କୁମାର ଦାଶ, ଧରମ ସିଂ ଧରୁଆ, ଆଶୁତୋଷ ଠାକୁର ପ୍ରମୁଖ କବିତା ପାଠ କରିଥିଲେ । ରାମଭକ୍ତ ଫରିକାର, ଟୁକୁ ପ୍ରିୟବ୍ରତ ପଣ୍ଡା, ଭକ୍ତବନ୍ଧୁ ବିଶ୍ବାଲ, ରାଜେଶ ଶର୍ମା ଯୋଗ ଦେଇଥିବା ବେଲେ ଶାନ୍ତନୁ ବୁଧିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଲାଲଚନ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.