oom

ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀଙ୍କ ଦାଦାଗିରି : ଥାନାରେ ମାମଲା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀ କ୍ଷିତିଶ ସାହୁ ଓ ତାଙ୍କ ସଂପର୍କିୟ ଭୋଜରାଜ ସାହୁ, ପୃଥ୍ୱୀରାଜ ସାହୁ ଅପରପକ୍ଷ ସମର୍ଥକଙ୍କୁ ମାଡପଟି କରିବା, ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ହତ୍ୟା କରିବାର ଧମକ ଦେବା ଘଟଣା ନେଇ ଜଗଦଲପୁର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଶ୍ରୀମତୀ ନିଲିମା ପଟେଲ ବାଦିକଟା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ବିପକ୍ଷରେ କ୍ଷିତିଶ ସାହୁଙ୍କ ଧର୍ମପତ୍ନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତ ତା ୨୩ /୧ ରିଖ ଦିନ ବାଦିକଟା ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ଶ୍ରୀମତୀ ନିଲିମା ପଟେଲଙ୍କ ସମର୍ଥକ ଅପରପକ୍ଷ ପ୍ରାର୍ଥୀ ଛତିଶଗଡ ରାଜ୍ୟର ଝିଅ ହୋଇ ଥିବାରୁ ପଢିଲେଖି ଜାଣୁ ନଥିବା ଅଭିଯୋଗ କରିଥିଲେ । ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ସରିବା ପରେ ସଂଧ୍ୟାରେ ମୋବାଇଲ ଯୋଗେ ସାପଲହର ଗ୍ରାମର ବିଜେପି ଯୁବ ନେତା ଦୁଷ୍ମନ୍ତ ସାହୁଙ୍କୁ କ୍ଷିତିଶ ସାହୁ, ଭୋଜରାଜ ସାହୁ, ପୃଥ୍ୱୀରାଜ ସାହୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାର ଧମକ ବାରମ୍ବାର ଦେଉଥିବା ନେଇ ଥାନାରେ ମାମଲା ଦାୟର ହୋଇଛି । ବିଜେପି ଯୁବ ନେତା ଦୁଷ୍ମନ୍ତ ସାହୁ ୨୩ ତାରିଖ ରାତ୍ରିରେ ଜଗଦଲପୁର ଥାନାରେ ଏଫ୍‌ଆଇଆର୍‌ ଦେଇଛନ୍ତି ।

jittmm
Leave A Reply

Your email address will not be published.